କଥାକାର ଇଂ ପ୍ରଶାନ୍ତ କୁମାର ଦତ୍ତଙ୍କ ପରଲୋକରେ ଶୋକ

ପାଟଣା: ସରକାରୀ ଚାକିରୀରୁ ସେବା ନିବୃତ ଇଂ ପ୍ରଶାନ୍ତ କୁମାର ଦତ୍ତଙ୍କର ଗତରାତି ୮୨ ବର୍ଷ ବୟସରେ ବାଲେଶ୍ୱର ବାସଭବନରେ ପରଲୋକ ଘଟିବା ପରେ ଉତ୍ତର ଓଡିଶାର କବି, ସାହିତ୍ୟିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଛାତ୍ର ଜୀବନରୁ ଚିତ୍ରକଳା, ଅଭିନୟ, ସାହିତ୍ୟ ସାଧନା ସହ ଜଣେ ଦକ୍ଷ ସଂଗଠକ ଭାବେ ସେ ଶେଷ ଜୀବନ ଯାଏ ସକ୍ରିୟ ଥିଲେ । ପୁରାତନ ଫକୀର ମୋହନ ସାହିତ୍ୟ ପରିଷଦ ଓ ଉତ୍ତର ଓଡିଶା ସାହିତ୍ୟ ସଂସ୍କୃତି ସମ୍ମେଳନ ସହ ଅଙ୍ଗାଙ୍ଗୀ ଭାବେ ଜଡିତ ଥିବା ଶ୍ରୀ ଦତ୍ତଙ୍କ କାବ୍ୟ କବିତା, ଭ୍ରମଣ ସାହିତ୍ୟ, ଗଳ୍ପ ପୁସ୍ତକାଦି ପ୍ରକାଶ ପାଇଥିବା ବେଳେ ଅନେକ ସାହିତ୍ୟ ସଂଗଠନ, ପତ୍ରପତ୍ରିକା ଓ ସମ୍ବାଦପତ୍ର ପକ୍ଷରୁ ସେ ସମ୍ବର୍ଦ୍ଧିତ ହୋଇଛନ୍ତି।

ପ୍ରଶାନ୍ତ କୁମାରଙ୍କ ବିୟୋଗ ଓଡିଆ ସାହିତ୍ୟ ଜଗତ ପାଇଁ ଅପୁରଣୀୟ କ୍ଷତି ବୋଲି ଉତ୍ତର ଓଡିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ସଭାପତି ସଭାପତି ନୃସିଂହନାଥ ସିଂହ, କାର୍ଯ୍ୟକାରୀ ସଭାପତି ଭରତଚନ୍ଦ୍ର ଦାଶ, ସାଧାରଣ ସମ୍ପାଦକ ଡକ୍ଟର ଭାଗବତ ଲେଙ୍କା, ଉପଦେଷ୍ଟା ଡକ୍ଟର ରାଧାରଂଜନ ପଟ୍ଟନାୟକ, କବି ଅଚ୍ୟୁତାନନ୍ଦ ସାମଲ, ଅଶୋକ ମହାନ୍ତି, ଇଂ ବିଦ୍ୟାଧର ଦାଶ ପ୍ରମୁଖ ବହୁ କବି, ଲେଖକ ସଂଗଠକ ଆଜିର ଆଭସି କାର୍ଯ୍ୟକ୍ରମରେ ମତ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।ସ୍ବର୍ଗତ ଦତ୍ତ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ଉପଦେଷ୍ଟା ଥିଲେ।

Comments are closed.