ଓଡିଶା କୁଡୁମି ସେନାର ବ୍ଲକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ଗ୍ରାମପଞ୍ଚାୟତର କେନ୍ଦେଇପଶି ଆମ୍ବ ତୋଟାଠାରେ ଓଡିଶା କୁଡୁମି ସେନାର ବ୍ଲକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛିl ପାଟଣା ଓ ସାହାରପଡା ବ୍ଲକର ଓଡିଶା କୁଡୁମି ସେନାର ପଦାଧିକାରୀ କରୋନା ନିୟମ ପାଳନ ସହ ବୈଠକରେ ଯୋଗଦାନ କରି ଆମମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ଆଲୋଚନା କରିଥିଲେl ଏହି କାର୍ଯ୍ୟକ୍ରମରେ ଓଡିଶା କୁଡୁମି ସେନାର ସଭାପତି ଦିବ୍ୟସିଂହ ମହାନ୍ତ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତାଭାବେ ରାଜ୍ୟ କୋଷାଧକ୍ଷ ତଥା ମିଡ଼ିଆ ସେଲ ପ୍ରମୁଖ ଲମ୍ବୋଦର ମହାନ୍ତ, ସମ୍ମାନିତ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିନୋଦ ବିହାରୀ ମହାନ୍ତ, ଡମ୍ବରୁଧର ମହାନ୍ତ, ତ୍ରିନାଥ ମହାନ୍ତ, ଦୁର୍ଯ୍ୟୋଧନ ମହାନ୍ତ, ବିରଞ୍ଚି ମହାନ୍ତ, ଯୁବ ସମ୍ପାଦକ ବିଶ୍ୱଜିତ ମହାନ୍ତ, ପାଟଣା ମହିଳା ସେନାର ସଭାପତି ରଙ୍ଗଲତା ମହାନ୍ତ, ସମ୍ପାଦକ ହେମଲତା, ଲଷ୍ମୀଧର ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେl

ସଂଗଠନର ଆଗାମୀ କାର୍ଯ୍ୟପନ୍ଥା ଓ ସଂଗଠନକୁ ସୁଦୃଢ କରିବା ବିଷୟରେ ସମସ୍ତ କର୍ମକର୍ତ୍ତା ମତ ଦେଇଥିଲେl ମହାମାରୀ କରୋନା ସମୟରେ ସଂଗଠନର କର୍ମକର୍ତ୍ତା ନିଜ ନିଜ ଅଞ୍ଚଳରେ କରୋନା ସଚେତନତା କାର୍ଯ୍ୟକ୍ରମ ସହିତ ତୁଣ୍ଡି ବଣ୍ଟନ ପାଇଁ ସମସ୍ତେ ଏକମତ ହେଲେl କାର୍ଯ୍ୟକ୍ରମ ସାରି ବାଉଁସୁଳି ପଞ୍ଚାୟତର ବାଘମରା ଗ୍ରାମର ସଂଗଠନର ବାଉଁସୁଳି ପଞ୍ଚାୟତ ସଭାପତି ଭୈରବ ମହାନ୍ତଙ୍କ ସାନ ଭାଇ କରୋନା ଆକ୍ରାନ୍ତ ଚନ୍ଦ୍ରମଣି ମହାନ୍ତଙ୍କ ଦଶାହକ୍ରିୟା ଅବସରରେ ଶୋକlକୁଳ ପରିବାରକୁ ଭେଟିଥିଲେl ମୃତ୍ୟୁବରଣ କରିଥିବା ପାରିବାରିକ ମୁଖ୍ୟ ବ୍ୟକ୍ତିଙ୍କ ପାରିବାରିକ ଦାୟିତ୍ୱକୁ ନଜରରେ ରଖି ଓଡିଶା କୁଡୁମି ସେନା ତରଫରୁ ତାଙ୍କ ପରିବାରକୁ ସରକାରୀ ଆର୍ଥିକ ସହାୟତା ପ୍ରଦାନ ଓ ତାଙ୍କ ସ୍ତ୍ରୀଙ୍କୁ ବିଧବା ଭତ୍ତା ପ୍ରଦାନ ପାଇଁ ପ୍ରଶାସନକୁ କୁହାଯିବ ବୋଲି ସୂଚନା ଦିଆଯାଇଥିଲାl ଏହି ସଭାରେ ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ ସଭାପତିତ୍ୱ କରିଥିଲେ ଓ ବିଶ୍ୱମ୍ବର ମହାନ୍ତ ସ୍ୱାଗତ ଭାଷଣ ଦେଇଥିଲେ।

Comments are closed.