ବେଆଇନ ବାଲି ଚୋରା ଚାଲାଣ ସମୟରେ ଟ୍ରାକ୍ଟର ଜବତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅନ୍ତର୍ଗତ କୋଠାଘର ଗ୍ରାମ ନିକଟରୁ ଏକ ବେଆଇନ ବାଲି ଚୋରା ଚାଲାଣ କରୁଥିବା ଟ୍ରାକ୍ଟରକୁ ଜବତ କରାଯାଇଛି । ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ, ଡୁମୁରିଆ ରାଜସ୍ବ ନୀରିକ୍ଷକ ସ୍ମୃତିରଞ୍ଜନ ଧୀର ବୈତରଣୀ ନଦୀରୁ ବାଲି ଚୋରା ଚାଲାଣ ସମ୍ପର୍କରେ ଖବର ପାଇ କୋଠାଘର ଗ୍ରାମ ନିକଟରେ ଅଚାନକ ଚଢ଼ାଉ କରି ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିଲେ । ତେବେ ଜବତ ଟ୍ରାକ୍ଟର ଉପରେ ୧୦ ହଜାର ୧୨୦ ଟଙ୍କା ଜୋରିମାନା କରାଯାଇଥିବା ରାଜସ୍ବ ବିଭାଗ ସୂଚନା ଦେଇଛି ।

Comments are closed.