ସିନ୍ଦୁରଗୈାରୀ କ୍ରିକେଟ ପ୍ରତିଯୋଗିତା ଉଦଯାପିତ, ଡିମ୍ବୋ ଏକାଦଶ ଚମ୍ପିୟାନ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡା ପଞ୍ଚାୟତ ମାନପୁର ଗ୍ରାମର ସିନ୍ଦୁରଗୈାର କ୍ଲବ ପକ୍ଷରୁ ଆୟୋଜିତ ନବମ ବାର୍ଷିକ କ୍ରିକେଟ ପ୍ରତିଯୋଗିତା ଆଜି ସଂନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଏଠାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୬ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ଖେଳରେ ଡିମ୍ବୋ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୪ ଉଇକେଟ ହରାଇ ୧୨୩ ରନ୍ ସଂଗ୍ରହ କରିଥିଲା। ଜବାବରେ ମୁଷାଖୋରି ସମାନ ଓଭର ଖେଳି ୭ ଉଇକେଟରେ ମାତ୍ର ୧୧୧ କରିବା ଦ୍ବାରା ୧୨ ରନରେ ପରାଜୟ ବରଣ କରିଛି। ଫଳରେ ଡିମ୍ବୋର କାଳିଆ ଷଣ୍ଢ ଏକାଦଶ ଚଳିତ ବର୍ଷର ଚମ୍ପିୟାନ ହୋଇଛି।

ଅରୁଣ ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ, ସମ୍ମାନିତ ଅତିଥି ଭାବେ ଓଡ଼ିଶା କୁଡୁମୀ ସେନା ଉପସଭାପତି ମିତ୍ରଭାନୁ ମହାନ୍ତ, କଣ୍ଟିଆପଡା ସରପଞ୍ଚ ଚକ୍ରଧର ନାୟକ, ଅବସରପ୍ରାପ୍ତ ଶିକ୍ଷକ ଭାଗିରଥି ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଚମ୍ପିୟାନ କାଳିଆ ଷଣ୍ଢ ଏକାଦଶ ଡିମ୍ବୋକୁ ୩୦ ହଜାର ଟଙ୍କା ସହ ଟ୍ରଫି ଓ ଏମ୍ ବି କ୍ଲବ ମୁଷାଖୋରୀକୁ ୨୦ ହଜାର ଟଙ୍କା ଓ ଟ୍ରଫି, ମ୍ୟାନ ଅଫ୍ ଦି ସିରିଜ ମୁଷାଖୋରୀର ଆଲୋକ ସେଠୀକୁ ପୁରସ୍କାର ଆକାରରେ ଏକ ସାଇକେଲ ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଛି।

Comments are closed.