ହାତୀ ଆକ୍ରମଣରେ ବୃଦ୍ଧ ମୃତ

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଦୁବୁଲାବେଡା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଜଣକ ଗ୍ରାମର କ୍ଷେତ୍ରବାସୀ ମହାନ୍ତ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ କ୍ଷେତ୍ରବାସୀ ନିଜ ଘରେ ଶୋଇଥିବା ବେଳେ ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ବେଳେ ଏକ ହାତୀ କ୍ଷେତ୍ରବାସୀଙ୍କ ଘର ଭାଙ୍ଗିବା ସହ ତାଙ୍କୁ ଶୁଣ୍ଢରେ ଟେକି ଆଣି କଚାଡି ଦେଇଥିଲା। କ୍ଷେତ୍ରବାସୀଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇବା ପରେ ଘଟଗାଁ ଥାନା ଆରକ୍ଷୀ କ୍ଷେତ୍ରବାସୀ ଙ୍କ ଶବ ବ୍ୟବଚ୍ଛେଦ କରାଇଛି। ବନବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯିବା ସହ ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବ ବୋଲି ସୂଚନା ଦିଆଯାଇଛି।

Comments are closed.