ବାଇକକୁ ପିଟିଲା କାର, ୪ ଗୁରୁତର

ପାଟଣା: ଢେଙ୍କିକୋଟ-ପାଟଣା ୨୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ କପାସପଡା ଗ୍ରାମ ପୋଖରୀ ନିକଟରେ ପାଟଣାରୁ ଢେଙ୍କିକୋଟ ଯାଉଥିବା ଏକ କାର ଗୋଟିଏ ବାଇକକୁ ଧକ୍କା ଦେବାରୁ ବାଇକରେ ଥିବା ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଥିବା ଏହି ଲୋକମାନେ ଚିନାମାଳିପଶି ଗ୍ରାମର ତଣ୍ଡିଆ ସାହିର ରମେଶ ମୁଣ୍ଡା ଓ ତାଙ୍କ ପତ୍ନୀ ମିନା ମୁଣ୍ଡା ଙ୍କ ସହ ହରି ମୁଣ୍ଡା ବୋଲି ଜଣାପଡ଼ିଛି। ଏହି ତିନି ଜଣ ଢେଙ୍କିକୋଟ ହାଟ ସାରି ବାଇକରେ ଫେରୁଥିଲେ। ସମସ୍ତ ଗୁରୁତରଙ୍କୁ ରୋଗୀ ଯାନରେ ଘଟଗାଁ ଡାକ୍ତରଖାନା ପଠାଯାଇଛି। ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। କାରରେ ଥିବା ଘଟଗାଁ ବ୍ଲକ୍ ଦେହୁରୀ ପଡ଼ା ଗ୍ରାମର ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଥିବା ଜଣାପଡିଛି।

Comments are closed.