ଭାଲୁ ଆକ୍ରମଣରେ ଜଣେ ଗୁରୁତର

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଚାକୁଣ୍ଡାପାଳ ଗ୍ରାମର ଟୁରା ମୁଣ୍ଡା (୪୦) ନାମକ ଜଣେ ବ୍ୟକ୍ତି  ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି ।  ସକାଳୁ ଶୈ।ଚ ପାଇଁ ଯାଇଥିବା ସମୟରେ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ । ଏକୁଟିଆ ପାଇ ତାଙ୍କୁ ଜଙ୍ଗଲି ଭାଲୁ ଟି ଆକ୍ରମଣ କରି ଗୁରୁତର କରି ପକାଇଥିଲା । ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି ।

 

Comments are closed.