ହାପିକ୍ଲବ ଦ୍ବିତୀୟ ବାର୍ଷିକ କ୍ରିକେଟ ପ୍ରତିଯୋଗିତା, ମୂଷାଖୋରୀ ଚମ୍ପିଆନ

ପାଟଣା: ଢେଙ୍କିକୋଟ ନିକଟବର୍ତୀ ଟିକିରା ଠାରେ ଦ୍ବିତୀୟ ବାର୍ଷିକ ମେଗା କ୍ରିକେଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେଇଯାଇଛି। ଫାଇନାଲ ମ୍ୟାଚ ଉପରଡ଼ିହା ସହିତ ମୂଷାଖୋରୀ ମଧ୍ୟରେ ହୋଇଥିଲା। ମୂଷାଖୋରୀ ଦଳ ନିର୍ଦ୍ଧାରିତ ଦଶ ଓଭରରେ ୧୦୬ ରନ୍ ସଂଗ୍ରହ କରିଥିଲା। ଏହା ପରେ ଉପରଡ଼ିହା ଦଳ ୧୦ ଓଭର ରେ ୮୫ ରନ୍ ସଂଗ୍ରହ କରିଥିଲା ଓ ୨୧ ରନରେ ପରାଜିତ ହୋଇଥିଲା।

ବିଜେତା ଦଳକୁ ଅର୍ଥରାଶି ୧୫ହଜାର ଟଙ୍କା ସହିତ ସିଲ୍ ପ୍ରଦାନ କରାଯାଇଥିଲା ଓ ରନର୍ସ ଅପ ଦଳକୁ ୧୦ହଜାର ଟଙ୍କା ସହିତ କପ ପ୍ରଦାନ କରାଯାଇଥିଲା। ମ୍ୟାନ୍ ଅଫ୍ ଦି ମ୍ୟାଚ ଓ ମ୍ୟାନ୍ ଅଫ ସିରିଜ୍ କୁ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ଆଜିର ଖେଳରେ ମୁଖ୍ୟଅତିଥି ଭାବେ ଯୁବ ସମାଜସେବୀ ତଥା ଘସିପୁରା ବ୍ଲକର ପୁର୍ବତନ ବ୍ଲକ୍ ଅଧ୍ୟକ୍ଷ ଦେବାଶିଷ ପାତ୍ର, ସମ୍ମାନୀତ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ଯୁବ ବିଜୁ ଜନତା ଦଳର ଉପସଭାପତି ସେକ ଇମ୍ରlନ୍, ଘଟଗାଁ ବ୍ଲକ୍ ଯୁବ ବିଜେଡ଼ି ସଭାପତି ରତନ ପଲେଇ ଏବଂ ଢେଙ୍କିକୋଟ ସରପଞ୍ଚ ଗୌରୀ ବାରିକ, ସିକନ ପାଢ଼ୀ, କୃଷ୍ଣଚନ୍ଦ୍ର ବାରିକ, ଆଦିକନ୍ଦ ନାଏକ, କୈଳାଶ ନାଏକ, ରାଧାକାନ୍ତ ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ହାପି କ୍ଲବର ସଭାପତି ରବିନ୍ଦ୍ର କୁମାର୍ ମାଝୀଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ସଂଜୟ କୁମାର ସାହୁ,ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ ଉତ୍ତମ କୁମାର ଖଣ୍ଡା l ଅମ୍ପେୟାର୍ ଥିଲେ ତ୍ରିଲୋଚନ ନାଏକ ଓ ସୌଦାଗର ନାଏକ, ଗଣନାକାର ଭାବେ ବିଭୀଷଣ ବାରିକ, ଦେବାଶିଷ ନାଏକ,କରନ ମାଝୀ ଦାୟିତ୍ୱ ତୁଲାଇ ଥିଲେ। ହାପି କ୍ଲବର ସୁମନ୍ତ ନାଏକ, ଦିଲିପ ନାଏକ, କବୀ ନାଏକ, ଲକ୍ଷ୍ମଣ ନାଏକ, ଶାନ୍ତନୁ ନାଏକ, ବିଦେଶୀ ବାରିକ, ସନ୍ଦୀପ ନାଏକ, ସୁମନ୍ତ ନାଏକ, ସୁଶିଲ ନାଏକ ସହଯୋଗରେ ଖେଳଟି ଶାନ୍ତିଶୃଂଖଳାରେ ଶେଷ ହୋଇଥିଲା। ଶେଷରେ ସ୍ଥାନୀୟ ମହିଳାମାନଙ୍କୁ ନେଇ ମ୍ୟୁଜିକ ଚେୟାର ଖେଳ କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା।

Comments are closed.