ସଡକ ସୁରକ୍ଷା ସଚେତନତା ପାଇଁ ମିନି ମାରାଥନ

ପାଟଣା: ସଡକ ସୁରକ୍ଷା ମାସ ପାଳନ ଅବସରରେ ଶୁକ୍ରବାର ଦିନ ପାଞ୍ଚ କିଲୋମିଟର ବ୍ୟାପୀ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି। ଏହି ମାରାଥନ ଜାତୀୟ ରାଜପଥ ୪୯ ର ଖିରେଇଟାଙ୍ଗରୀ ଠାରୁ ବାହାରି ବାଉଁଶୂଳୀ ପର୍ଯ୍ୟନ୍ତ ଯାଇଥିଲା। ଠିକା ସଂସ୍ଥା ମଂଟେକାର୍ଲୋ ଆୟୋଜନ କରିଥିବା ଏହି ମାରାଥନରେ ୭୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ଆର.ଭେଙ୍କଟେଶ୍ୱରଲୁ ପତକା ହଲାଇ ଏହି ମାରାଥନକୁ ଶୁଭାରମ୍ଭ କରିଥିଲେ । ଜନସାଧାରଣ ସଚେତନ ହେଲେ ଦୂର୍ଘଟଣା କମିଟିବ ବୋଲି ସେ ପ୍ରକାଶ କରିଥିଲେ । ଏହି କାର୍ୟ୍ୟକ୍ରମରେ ମଂଟେକାର୍ଲୋର ଚିଫ ପ୍ରୋଜେକ୍ଟ ମ୍ୟାନେଜର ରାଜେଶ୍ୱର ରାଓ ସଜା,ଡିଏନ୍ କନସଲଟାଣ୍ଟର ଟିମ ଲିଡର ଇଂ ଜଗମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ମାସେ ବ୍ୟାପୀ ସଡକ ସୁରକ୍ଷା ସଚେତନତା କାର୍ୟ୍ୟକ୍ରମରେ ଏନଏଚ୍ଏଆଇ ଏବଂ ଠିକା ସଂସ୍ଥା ମଂଟେକାର୍ଲୋ ପକ୍ଷରୁ ବିଭିନ୍ନ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

 

Comments are closed.