କାବ୍ୟାଞ୍ଜଳି ପକ୍ଷରୁ ବାଜପେୟୀଙ୍କ ଜୟନ୍ତୀ ପାଳିତ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଚେମଣା ଗ୍ରାମରେ ଆଜି ‘କାବ୍ୟାଞ୍ଜଳି’ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୭ତମ ଜୟନ୍ତୀ ଓ ସୁଶାସନ ଦିବସ ପାଳନ କରାଯାଇଛି। କାବ୍ୟାଞ୍ଜଳୀ କାର୍ଯ୍ୟକାରୀ ସମିତିର ସ୍ଥାୟୀ ସଭାପତି ସମାଜସେବୀ ଅଖିଳଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଜୟନ୍ତୀ ସଭାରେ ସମିତିର ସମ୍ପାଦକ ଭାବଗ୍ରାହୀ ମହାନ୍ତ କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।

ମୁଖ୍ୟ ଅତିଥି ଭାବେ ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧକ୍ଷ ଡକ୍ଟର ଧୀରେନ୍ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଜିଲା ବିଜେପିର ପୂର୍ବତନ ସାଧାରଣ ସମ୍ପାଦକ ଆଇନଜୀବୀ ସୁବ୍ରତ ମହାନ୍ତି, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଫକୀର ଚରଣ ମହାନ୍ତ, ୟୁଥ୍ ଫର୍ ଏକ୍ସନ୍ ସମ୍ପାଦକ ହିମାଂଶୁ ପୁହାଣ ପ୍ରମୁଖ ଯୋଗ ଦେଇ ରାଷ୍ଟ୍ର ନିର୍ମାଣରେ ବାଜପେୟୀଙ୍କ ଜିବନାଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ।

Comments are closed.