କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ସାନମସିଣାବିଲାରେ ୧୪ତମ ମା’ ସଙ୍କଟ ତାରିଣୀ କ୍ରିକେଟ ପ୍ରତିଯୋଗିତା ସ୍ଥାନୀୟ ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେରେ ସମୁଦାୟ ୧୬ଟି ଦଳ ଭାଗନେଇ ଥିବା ବେଳେ ଫାଇନାଲ ମ୍ୟାଚଟି ତଣ୍ଡିବେଡା ଓ ବାବା ଏକାଦଶ ମଧ୍ୟରେ ହୋଇଥିଲା। ଏଥିରେ ପ୍ରଥମେ ଟସ୍ ଜିତି ତଣ୍ଡିବେଡା ଏକାଦଶ ୧୨ ଓଭରରେ ୧୬୮ ରନ୍ କରିଥିବା ବେଳେ ବାବା ଏକାଦଶ ୮୯ ରନ୍ କରିଥିଲା ଏବଂ ଏହି ମ୍ୟାଚଟିକୁ ତଣ୍ଡିବେଡା ଏକାଦଶ ବିଜୟ ଲାଭ କରିଥିଲେ। ପ୍ରମୋଦ କୁମାର ଓ ଭକ୍ତ ମହାନ୍ତ ଖେଳଟିକୁ ପରିଚାଳନା କରିଥିବା ବେଳେ ସ୍କୋରରେ ସହାୟତା କରିଥିଲେ ଅକ୍ଷୟ ଓ ସୁମନ୍ତ।

ଆଜିର ଉଦଯାପନୀ ଦିବସରେ ମୁଖ୍ୟ ଅତିଥ୍‌ ଭାବେ ଘଷିପୁରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର, କେନ୍ଦୁଝର ଜିଲ୍ଲା ଯୁବ ବିଜେଡି ଉପ ସଭାପତି ଏସ୍.କେ ଇମରାନ୍, ଘଟଗାଁ ବ୍ଲକ ବିଜେଡ଼ି ସଭାପତି ଦୋଳଗୋବିନ୍ଦ ବେହେରା, ଘଟଗାଁ ବ୍ଲକ ଯୁବ ବିଜେଡି ସଭାପତି ରତନ ପଲେଇ, ବଡମସିଣାବିଲା ଗ୍ରାମ ପଞ୍ଚାୟତର ସରପଞ୍ଚ ବିଜୟ କୁମାର ନାଏକ, ସମାଜସେବୀ ବିକ୍ରମ କେଶରୀ ଜେନା, ପୂର୍ବତନ ଶିକ୍ଷକ ତୁଳସୀ ରାମ ମହାନ୍ତି ପ୍ରମୁଖ ଉଦଯାପନୀ ଉତ୍ସବରେ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।

Comments are closed.