ଜଙ୍ଗଲ ଜମି ପଟ୍ଟା ବାଂଟିଲେ ବିଧାୟକ

ପାଟଣା: ଓଡିଶା ସରକାରଙ୍କ ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ପାଟଣା ବ୍ଲକର ୫ଟି ପଂଚାୟତର ୧୪୧ ଜଣଙ୍କୁ ଆଜି ବ୍ଲକ ସଭାଗୃହରେ ମୁଖ୍ୟ ଅତିଥି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଟଣା ବିଧାୟକ ଜଗନ୍ନାଥ ନାଏକ ପଟ୍ଟା ବଂଟନ କରିବା ସହ ଏହି ପଟ୍ଟା ବଳରେ ଜାଗାର ଉନ୍ନତିକରଣ ଓ ଗୃହ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ଥିବା ସୂଚନା ଦେଇଥିଲେ। ପାଟଣା ବିଡିଓ ଈଶ୍ୱରଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତା ଓ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଶୁଭେନ୍ଦୁ ମୋହନ ବଳଙ୍କ ସଂଯୋଜନାରେ ଅନୁଷ୍ଠିତ ପଟ୍ଟା ବଣ୍ଟନ ମେଳାରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ନାଏକଙ୍କ ସହ ସମ୍ମାନିତ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ପାଟଣା ତହସିଲଦାର ତାପସ ରଂଜନ ଦେହୂରୀ, ପାଟଣା ବନାଂଚଳ ଅଧିକାରୀ ଟିକେଶ୍ୱର ମହାନ୍ତ ପ୍ରମୁଖ ସାମିଲ ରହି ମୁଖ୍ୟଅତିଥିଙ୍କୁ ପଟ୍ଟା ବଣ୍ଟନରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ୫ଟି ଯାକ ପଂଚାୟତର ସରପଂଚ ଓ ସମିତିସଭ୍ୟମାନଙ୍କ ସହ ହିତାଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.