ପିପିଳିଆ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ସେବା ଯୋଜନା ଶିବିର

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ସ୍ଥିତ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ବାଳକ ବିଭାଗର ଜାତୀୟ ସେବା ଯୋଜନା ଶିବିର ଅଧ୍ୟକ୍ଷ ଦୈତାରୀ ମହାନ୍ତଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ସମ୍ମାନୀତ ଅତିଥି ଭାବେ ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ପତନ କୁମାର ମହାନ୍ତ, ଅଧ୍ୟାପକ ମନୋରଞ୍ଜନ ପଲେଇ, ମହାବିଦ୍ୟାଳୟ କର୍ମଚାରୀ ମନମୋହନ ମହାନ୍ତ, ଶ୍ରୀକାନ୍ତ ମହାନ୍ତ ଉପସ୍ଥିତ ରହି ସେବା ଯୋଜନା ଶିବିରର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତ ରଖିଥିଲେ। ଶିବିରାର୍ଥୀମାନେ ଶୃଙ୍ଖଳିତ ଜୀବନଚର୍ଯ୍ୟା, ତ୍ୟାଗ ଓ ସେବା ମନୋଭାବ ନେଇ କାର୍ଯ୍ୟ କରିବାକୁ ଅଧ୍ୟକ୍ଷ ଶ୍ରୀ ମହାନ୍ତ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ବିଷ୍ଣୁ ଚରଣ ସାମଲ ଶିବିର ପରିଚାଳନା ଯୋଜନାରେ ବାଳକ ବର୍ଗର ମହତ ଲକ୍ଷ ପ୍ରତିଫଳନ ହେବ ବୋଲି କହିଥିଲେ।

Comments are closed.