ପାଟଣା ତହସିଲ କର୍ମଚାରୀଙ୍କ ଅସହଯୋଗ ଆନ୍ଦୋଳନ

ପାଟଣା: ଗତ ୧୧ ତାରିଖ ଖଡିବିଲ ମୌଜାରେ ଚଢ଼ାଉ ସମୟରେ ରାଜସ୍ବ ନୀରିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ସହ ପୁନର୍ବାର ଗତ ୨୦ ତାରିଖ ଆନନ୍ଦପୁର ରାଜସ୍ବ ନୀରିକ୍ଷକ ସୀମା ସୀମନ୍ତିନୀ ସାହୁଙ୍କୁ କାର୍ଯ୍ୟାଳୟରେ କାର୍ଯ୍ୟରତ ସମୟରେ ମରଣାନ୍ତକ ଆକ୍ରମଣର ଦୃଢ଼ ନିନ୍ଦା ସହ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଦାବିରେ ପାଟଣା ତହସିଲର ସମସ୍ତ କର୍ମଚାରୀ ଆଜି କାର୍ଯ୍ୟରେ ଅସହଯୋଗ କରି ଆନ୍ଦୋଳନରେ ବସିଛନ୍ତି। ପାଟଣା ତହସିଲର ରାଜସ୍ବ ପରିଦର୍ଶକ ବନମାଳୀ ନାଏକ, ରାଜସ୍ବ ନୀରିକ୍ଷକ ସାର୍ଥକ ସାରଥୀ ବାରିକ, ସ୍ମୃତି ରଞ୍ଜନ ଧିର, ମଳୟ କୁମାର ନାଏକ, ନରେଶ ମହାନ୍ତ, ବୁଦ୍ଧ ଦେବ ମହାନ୍ତ, ଅନୀତା ନାଏକ, ଦୀପକ ରଞ୍ଜନ ମହାନ୍ତ, ନୀରଞ୍ଜନ ବେହେରା, ଭବାନୀ ଶଙ୍କର ରାଉତରାୟ ପ୍ରମୁଖ ଆନ୍ଦୋଳନ ରେ ସାମିଲ ଥିବା ଦେଖାଯାଇଛି।

Comments are closed.