ପାଟଣା ଓ ସାହାରପଡା ବସଷ୍ଟାଣ୍ଡର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ପାଟଣା: ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟଣା ଓ ସାହାରପଡା ସମେତ କେନ୍ଦୁଝର ଜିଲ୍ଲାର ୮ଟି ବ୍ଲକ ମୁଖ୍ୟାଳୟରେ ନିର୍ମାଣ ହେବାକୁ ଯାଉଥିବା ବସଷ୍ଟାଣ୍ଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆଜି ଆଭାସି କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଦରବାର ହଲ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ସହ ଜିଲ୍ଲାର ମନ୍ତ୍ରୀ ଇଂ ପ୍ରେମାନନ୍ଦ ନାୟକ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଟଣା ବିଧାୟକ ଜଗନ୍ନାଥ ନାଏକ, ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର ପ୍ରମୁଖ ଆଭାଷି କାର୍ଯ୍ୟକ୍ରମରେ ସାମିଲ ଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏହି ୮ଟି ବସଷ୍ଟାଣ୍ଡ ସ୍ଥଳ ୪ ଭାଗରେ ‘କ’ ଶ୍ରେଣୀ, ‘ଖ’ ଶ୍ରେଣୀ, ‘ଗ’ ଶ୍ରେଣୀ ଓ ‘ଘ’ ଶ୍ରେଣୀରେ ବିଭକ୍ତ କରାଯାଇଥିବା ସୂଚନା ମିଳିଛି।

Comments are closed.