ରୋଗୀ କଲ୍ୟାଣ ସମିତି ପକ୍ଷରୁ ତ୍ରୟମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ରୋଗୀ କଲ୍ୟାଣ ସମିତିର ତ୍ରୟମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରୋଗୀ କଲ୍ୟାଣ ସମିତିର ସଭାପତି ତଥା ପାଟଣା ବିଧାୟକ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଯୋଗ ଦେଇ ବୈଠକର ସମୀକ୍ଷା କରିଥିଲେ। ଏହା ସହ ଓମବାର୍ଡସି ଅର୍ଥରେ ହେବାକୁ ଥିବା ଉନ୍ନୟନ କାର୍ଯ୍ୟ ଓ ଅଞ୍ଚଳରେ ଶତ ପ୍ରତିଶତ କରୋନା ଟୀକାକରଣ ଆଦିର ସମୀକ୍ଷା କରିଥିଲେ।

ଏହି ବୈଠକରେ ବିଧାୟକଙ୍କ ସହ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ, ବିଡ଼ିଓ ଇଶ୍ଵର ଚନ୍ଦ୍ର ନାଏକ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଶୁଭେନ୍ଦୁ ସାଗର କୁମାର ନାଏକ, ବିଇଓ ପୂର୍ଣ୍ଣଚନ୍ଦ୍ର ଅମାତ, ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ସସ୍ମିତା ନାୟକ, ମାଧବାନନ୍ଦ ପୃଷ୍ଟି, ବିବେକାନନ୍ଦ ଦାଶ, ଗୌରହରି ନାୟକ, ଶିବନାଥ ପ୍ରଧାନ, ଡକ୍ଟର ଲକ୍ଷ୍ମଣ ମହାନ୍ତ, ଡ଼କ୍ଟର ପାର୍ଥ ସାରଥୀ ଦାଶ ଓ ସିଡିପିଓ ବିଜୟଲକ୍ଷ୍ମୀ ମାରାଣ୍ଡି ପ୍ରମୁଖ ଙ୍କ ସହ କଲ୍ୟାଣ ସମିତି ସଦସ୍ୟ ଉପସ୍ଥିତ ରହିଥିଲେ।

ସେହିପରି ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ରୋଗୀ କଲ୍ୟାଣ ସମିତିର ତ୍ରୟମାସିକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ରୋଗୀ କଲ୍ୟାଣ ସମିତିର ସଭାପତି ତଥା ପାଟଣା ବିଧାୟକ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଯୋଗ ଦେଇ ବୈଠକର ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସାହାରପଡା ବିଡ଼ିଓ ଲମ୍ବୋଦର ଖୁଣ୍ଟିଆ, ଭାରପ୍ରାପ୍ତ ଚିକିତ୍ସାଧିକାରୀ ଶ୍ୟାମସୁନ୍ଦର ଟୁଡୁ, ଡାକ୍ତର ନିର୍ମଳ କୁମାର ମହାନ୍ତ, ସିଡିପିଓ ଦୀପ୍ତରେଖା ନାୟକ ଓ ବିପିଏମ୍ ଧିରେନ କୁମାର ମହାନ୍ତ ପ୍ରମୁଖ ସମୀକ୍ଷା ବୈଠକ ଉପସ୍ଥିତ କରିଥିଲେ।

Comments are closed.