ସମାଜସେବା ପାଇଁ ସୁରେଶ୍ୱରୀ ସମ୍ମାନୀତ

ପାଟଣା: ଅବିଭକ୍ତ କେନ୍ଦୁଝରରୁ କୋରାପୁଟ ଜିଲ୍ଲା ଯାଏ ନିଜର ସେବା କାର୍ଯ୍ୟ ଜାରି ରଖିଥିବା କେନ୍ଦୁଝର ମାଟିର ସୁପୁତ୍ରୀ ହାଟଡିହିର ସୁରେଶ୍ୱରୀ ସାଗରିକା ଜେନାଙ୍କୁ ନିଷ୍ଠାପର ନିରବଚ୍ଛିନ୍ନ ସେବାକାର୍ଯ୍ୟ ପାଇଁ ଚଳିତବର୍ଷ “କେନ୍ଦୁଝର ସମାଚାର” ପକ୍ଷରୁ ସମାଜସେବା ସମ୍ମାନ ପ୍ରଦାନ କରାଯାଇଛି। ଉତ୍ତର ଓଡିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ନୃସିଂହନାଥ ସିଂହଙ୍କ ଅଧ୍ୟକ୍ଷତା ତଥା କେନ୍ଦୁଝର ସମାଚାର ସମ୍ପାଦକ ରଜତ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାରତ ଗୌରବ ଦିଲ୍ଲିପ ମିଶ୍ର ସ୍ୱହସ୍ତରେ ସୁରେଶ୍ୱରୀ ସାଗରିକା ଜେନାଙ୍କୁ ମାନପତ୍ର ସହ ଉପାୟନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ପବିତ୍ରମୋହନ କର ଓ ସମ୍ମାନୀତ ଅତିଥି ଭାବେ ଆଇନା ର ସମ୍ପାଦକ କ୍ଷେତ୍ରବାସୀ ସାହୁ ସାମିଲ ଥିଲେ।

Comments are closed.