ଖିରେଇଟାଙ୍ଗିରିରେ ଓଡିଶା ପୁଷ୍ଟି ମହୋତ୍ସବ ଅନୁଷ୍ଠିତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଠାରେ ଓଡିଶା ପୁଷ୍ଟି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛିl ଏହି ପୁଷ୍ଟି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଖିରେଇଟାଙ୍ଗିରି ଗ୍ରାମପଞ୍ଚାୟତର ସରପଞ୍ଚ ବନଜ କୁମାର ନାଏକ ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଖିରେଇଟାଙ୍ଗିରି ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ମିତ୍ରଭାନୁ ଜେନା, ଖିରେଇଟାଙ୍ଗିରି ସମିତି ସଭ୍ୟ ରମେଶ ଚନ୍ଦ୍ର ନାଏକ, ଖିରେଇଟାଙ୍ଗିରି ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମଦନ ସୁନ୍ଦର ପାତ୍ର, କେନ୍ଦୁଝର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଗୁରୁଜୀ ପ୍ରହଲ୍ଲାଦ ମହାନ୍ତ, ଅବସରପ୍ରାପ୍ତ ଶିକ୍ଷକ ଯୋଗେନ୍ଦ୍ର ନାଏକ, ରାଘବ ନାଏକ ଉପସ୍ଥିତ ଥିଲେl

ପ୍ରତ୍ୟେକ ଶିଶୁ ଓ କିଶୋରୀମାନେ ଯେମିତି ପୁଷ୍ଟି ହୀନତାର ଶିକାର ନହୁଅନ୍ତି ଏବଂ ଆବଶ୍ୟକ ଖାଦ୍ୟ ସମ୍ପର୍କରେ ଆଲୋକପାତ କରାଯାଇଥିଲାl ଡାକ୍ତର ମିତ୍ରଭାନୁ ଜେନା ପୁଷ୍ଟିସାର ବିଷୟରେ ବିସ୍ତୃତ ବିବରଣୀ ଦେଇ ମା’ମାନଙ୍କ ଭୂମିକା ଗୁରତ୍ୱପୁର୍ଣ ବୋଲି ଉପସ୍ଥିତ ଥିବା ମା’ମାନଙ୍କୁ ସୂଚନା ଦେଇଥିଲେ l ତା ସଙ୍ଗେ ସଙ୍ଗେ କରୋନାର ତୃତୀୟ ଲହର ଏକ ଭିନ୍ନ ରୂପରେ ଆସୁଥିବା ସଂକେତ ଆସୁଥିବା ଯୋଗୁଁ ସତର୍କ ନିହାତି ଆବଶ୍ୟକ ବୋଲି ନିଜର ବକ୍ତୃତା ମାଧ୍ୟମରେ କହିଥିଲେ l ତା ସହିତ ସମସ୍ତେ ଯେମିତି ଟୀକା କରଣରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସମସ୍ତେ ସହଯୋଗ କରିବା ସଙ୍ଗେ ସଙ୍ଗେ ସାମାନ୍ୟ ଜ୍ୱର ହେଲେ କୋଭିଡ ପରୀକ୍ଷା କରିବା ନିହାତି ଆବଶ୍ୟକ ବୋଲି ଏହି ମହିତ୍ସବରେ ଜରୁରୀ ସୂଚନା ଦେଇଥିଲେl

ଶେଷରେ କୁନି କୁନି ପିଲା ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲାl ଏହି ମହୋତ୍ସବକୁ ମା ଆଞ୍ଚଳିକ ମଞ୍ଚ ଖିରେଇ ଟାଙ୍ଗିରିର ସମ୍ପାଦକ ରେଣୁକା ନାଏକ, ସଭାପତି ମୀନାରାଣୀ ମହାନ୍ତ, ଏମ. ଡି. କେ. ସତ୍ୟଭାମା ବେହେରା, ସି. ଆର. ପି. ଜାନକୀ ମହାନ୍ତ ଓ ଦ୍ରୋପଦୀ ମହାନ୍ତ, କୃଷି ମିତ୍ର ଡାଳିମ୍ବ ମହାନ୍ତ, ପ୍ରାଣୀ ମିତ୍ର ବିଷ୍ଣୁପ୍ରିୟା ନାଏକ, ଜୟନ୍ତୀ ମହାରଣା ଆୟୋଜନର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେl

Comments are closed.