ନୂଆ ଟ୍ରାନ୍ସଫରମର ଦାବିରେ ବିଦ୍ୟୁତ କାର୍ଯ୍ୟାଳୟରେ ଗ୍ରାମବାସୀ

ପାଟଣା: ଘଟଗାଁ ବ୍ଲକ୍ ଅନ୍ତର୍ଗତ ଝାରଵେଡା ଚମ୍ପାଡିହି ସାହି ପାଇଁ ଉଦ୍ଦିଷ୍ଟ ବିଦ୍ୟୁତ ବିଭାଗର ଟ୍ରାନ୍ସଫର୍ମରଟି ଗତ ଅକ୍ଟୋବର ୧୨ ତାରିଖରୁ ପୋଡ଼ିଯାଇ ଥିବାରୁ ସାହି ଲୋକେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତ l ଗ୍ରାମବାସୀ ସେମାନଙ୍କର ସମସ୍ତ ବକେୟା ଦେୟ ପ୍ରଦାନ କରିଥିଲେ ସୁଧା ନୂତନ ଟ୍ରାନ୍ସଫରମର ଲଗାଯାଉନାହିଁ। ଯାହା ଫଳରେ ଗ୍ରାମରେ ତ୍ରିବ୍ର ଅସନ୍ତୋଷ ପ୍ରକାଶl ଆଜି ଚମ୍ପାଡ଼ିହି ସାହିର ଲୋକ ଢେଙ୍କିକୋଟ ବିଦ୍ୟୁତ କାର୍ଯ୍ୟାଳୟକୁ ଆସି କନିଷ୍ଠ ଯନ୍ତ୍ରୀଙ୍କୁ ଯଥାଶୀଘ୍ର ଟ୍ରାନ୍ସଫରମର ଲଗାଇବାକୁ ଦାବି ଜଣାଇ ଥିଲେl ଏହାପରେ ସେମାନେ ସମାଜସେବୀ ସେକ ମୋବିନଙ୍କୁ ଭେଟି ତାଙ୍କ ଜରିଆରେ ବିଦ୍ୟୁତ ବିଭାଗ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତିl

ଖବର ନେବାରେ ଜଣାପଡିଛି ଯେ ଚମ୍ପାଡିହି ସାହି ପାଇଁ ୨୫ କେଭି ଟାନ୍ସଫରମର ଲଗାଯିବାର ଆବଶ୍ୟକତା ଥିବାବେଳେ ବିଭାଗରେ ଏହି କ୍ଷମତା ସମ୍ପନ୍ନ ଟାନ୍ସଫରମର ଗଚ୍ଛିତ ନାହିଁl ତେବେ ନୂଆ ଟାନ୍ସଫରମର ଆଣିବା ପରେ ଏହା ଲଗାଯିବ ବୋଲି ଜଣା ପଡିଛି l ଚଂପଡ଼ିହାର ବାଇଧର ନାଏକ, ବିଦୁର ନାଏକ, ଅଜୟ ନାୟକ, କୀର୍ତ୍ତନ ନାୟକ, ମନୋଜ ନାୟକ, ମଙ୍ଗୁଲୁ ମୁଣ୍ଡା, ହାରାମଣି ନାୟକ ପ୍ରମୁଖ ୩୬ ଜଣ ସାହିବାସି ଆଜି ଢେଙ୍କିକୋଟ ବିଦ୍ୟୁତ କାର୍ଯ୍ୟାଳୟକୁ ଆସିଥିବା ଦେଖା ଯାଇଥିଲାl

Comments are closed.