ଖଣ୍ଟଘର ପଞ୍ଚାୟତରେ ଚକ୍ଷୁ ପରୀକ୍ଷା ଶିବିର

ପାଟଣା  ଘଟଗାଁ ବ୍ଲକ ଅନ୍ତର୍ଗତ ଖଣ୍ଟଘର ପଞ୍ଚାୟତ ରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।କରଞ୍ଜିଆର ଭୂମିକା ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଏହି ଶିବିର ଆୟୋଜନ କରାଯାଇଥିଲା।  ଚକ୍ଷୁ ଚିକିତ୍ସା ସହାୟିକା ସୁମନା ନାୟକ, ମମତା ପାତ୍ର, ସତ୍ୟଭାମା ବେହେରା, ଶ୍ୟାମସୁନ୍ଦର ନାୟକ, ସୁଶାନ୍ତ କୁମାର ଦାସ ପ୍ରମୁଖ ଶିବିରକୁ ଆଗତ ଚକ୍ଷୁ ରୋଗୀମାନଙ୍କର ଚକ୍ଷୁ ପରୀକ୍ଷା କରିବା ପରେ ସେମାନଙ୍କ ମଧ୍ୟରୁ ୮ ଜଣ ଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ନିଆଯାଇଛି। ସ୍ଥାନୀୟ ସରପଞ୍ଚ ଈଶ୍ୱର ଚନ୍ଦ୍ର ନାୟକଙ୍କ ସହ ଆଶା ଓ ଅଙ୍ଗନବାଡି କର୍ମୀମାନେ ଶିବିରରେ ଉପସ୍ଥିତ ଥିଲେ।

Comments are closed.