ତିନି ନିର୍ବାଚନ ମଣ୍ଡଳୀର ଦୁଃଖ, ଲକ୍ଷ୍ମୀପଶି- ଶରଧାପୁର ରାସ୍ତା ଶୋଚନୀୟ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଚାକୁଣ୍ଡାପାଳ ପଂଚାୟତ ଶରଧାପୁର ଛକଠାରୁ ଘଟଗାଁ ବ୍ଲକ ପୋଇପାଣି ହୋଇ ଲକ୍ଷ୍ମୀପଶି ଛକ ହୋଇ ଦ୍ବାରିକା ପଶି ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ଲକ୍ଷ୍ମୀପଶି ଛକରୁ ଡୁମୁରିଆ ପୋଲଯାଏ ମେଂଟାଲ ଚିପ୍ସ ଉଠି ରାସ୍ତାଟି ବିପଦଶଙ୍କୁଳ ହୋଇପଡିଛି। ସେହିପରି ଶରଧାପୁର ଠାରୁ ପୋଇପାଣି ଯାଏ ରାସ୍ତା କେଉଁଠି ପିଚୁ ତ କେଉଁଠି ମୋରମ ରାସ୍ତା ତାହାର ଠିକ ଠିକଣା ନାହିଁ। ନାମକୁ ମାତ୍ର ମନରେଗା ଯୋଜନାରେ ମରାମତି କରାଯାଉଥିଲେ ମଧ୍ୟ ଏହା ମାତ୍ର ଗୋଟିଏ କିଲୋମିଟର ମଧ୍ୟରେ ସୀମିତ ରହୁ ଥିବାରୁ ଗାଡି ମଟର ଗଲେ ରାସ୍ତା ପୁନଃ ଶୋଚନୀୟ ହୋଇପଡୁଛି। ଏହି ରାସ୍ତା ଉପରେ ପାଟଣା, ଘଟଗାଁ ଓ ସଦର ବ୍ଲକ ଅଂଚଳର ହଜାର ହଜାର ଲୋକ ପ୍ରତ୍ୟହ ଚଳପ୍ରଚଳ କରୁଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ରାସ୍ତା ପ୍ରତି ଆଖିବୁଜି ଦେଉଥିବା ଅଭିଯୋଗ ହୋଇଛି। ବିଭାଗୀୟ କର୍ତୃପକ୍ଷ ରାସ୍ତାର ପୁନଃ ନିର୍ମାଣ କରିବାକୁ ଅଂଚଳବାସୀଙ୍କ ପକ୍ଷରୁ ଦୃଢ ମତପ୍ରକାଶ ପାଇଛି।

ସୂଚନା ଯୋଗ୍ୟ ଯେ ଦ୍ୱାରିକାପଶି- ଲକ୍ଷ୍ମୀପଶି ହୋଇ ପୋଇପାଣି ଠାରୁ ଡୁମୁରିଆ ହୋଇ ଶରଧାପୁର ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟି ଘଷିପୁରା, ସଦର ଓ ପାଟଣା ଭଳି ତିନୋଟି ନିର୍ବାଚନ ମଣ୍ଡଳୀରେ ଯାଉଥିବା ବେଳେ ଏହି ରାସ୍ତା ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ହୋଇଥିବା ବେଳେ ଏହାକୁ ଅଣଦେଖା କରାଯାଉଥିବା ଅଂଚଳବାସୀଙ୍କ ପକ୍ଷେ ଅସହ୍ୟ ହେଲାଣି।

Comments are closed.