ପାଟଣା ବ୍ଲକ ଅଞ୍ଚଳ ରେ ୪୦ ଦିନିଆ ଶିଶୁ ଅଧିକାର ଅଭିଯାନ ଚଳାଇଛି ପିକକ୍

ପାଟଣା: ଓଡିଶା ଷ୍ଟେଟ କମିସନ ଫର ଚାଇଲ୍ଡ ରାଇଟ୍ସଙ୍କ ଆଦେଶ ମତେ ପାଟଣା ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପିକକ୍ ପକ୍ଷରୁ ନଭେମ୍ବର ୧ ତାରିଖରୁ ଡିସେମ୍ବର ୧୦ ତାରିଖ ଯାଏ ୧୦ ଟି ପଞ୍ଚାୟତର ୨୫ଟି ଗ୍ରାମରେ ଶିଶୁ ଅଧିକାର ବାର୍ତ୍ତା ପ୍ରଚାର କାର୍ଯ୍ୟ ଜାରି ରହିଛି। ପିକକ୍’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପିକକ୍’ର ଜିଲ୍ଲା ସଂଯୋଜକ ଦାୟିତ୍ଵରେ ଥିବା ସତ୍ୟନାରାୟଣ ମହାନ୍ତ, ଆଞ୍ଚଳିକ ସଂଯୋଜିକା ଦୌପଦୀ ବେଜ ଓ ରେବତୀ ମହାନ୍ତ ପ୍ରମୁଖ ବିଭିନ୍ନ ଗ୍ରାମରେ କରୋନା କଟକଣା ମାନି ସଚେତନତା ବାର୍ତ୍ତା ଦେବା ସହ ପାଟଣା ବ୍ଲକ ଅଞ୍ଚଳକୁ ଶିଶୁ ଶ୍ରମିକ ମୁକ୍ତ କରିବା ଓ ସମସ୍ତ ଶିଶୁ ମାନଙ୍କୁ ଶିକ୍ଷାଭିମୁଖି କରାଇବା ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରୁଛନ୍ତି। ଏହା ସହ ଶିଶୁ ମାନଙ୍କୁ ନେଇ ବକ୍ତୃତା, ଚିତ୍ରାଙ୍କନ ଆଦି ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ଦେଖିବାକୁ ମିଳିଛି।

Comments are closed.