ଡ଼ାକବଙ୍ଗଳା ଫାଟକ ତାଡି ପାଚେରୀ ଭାଙ୍ଗିଲେ ହାତୀପଲ

ପାଟଣା: ପାଟଣା ବନାଞ୍ଚଳ ଅନ୍ତର୍ଗତ ବଣମହୁଲଡିହା ଗ୍ରାମ ସଂଲଗ୍ନ ଅଟେଇ ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଥିବା ୨୫ ଟିକିଆ ହାତୀପଲଙ୍କ ସହ ଗୋଟିଏ ଗୋଠ ଛଡ଼ା ଦନ୍ତା ଗତକାଲି ରାତି ବୈତରଣୀ ପାର ହୋଇ ଠାକୁରମୁଣ୍ଡା ଚାଲି ଯାଇଛନ୍ତି। ଏହି ହାତୀ ପଲ ଡୁମୁରିଆ ପଞ୍ଚାୟତ ଘାଟବାଲିଯୋଡି ସ୍ଥିତ ଭୀମକୁଣ୍ଡ ଠାରେ ପଞ୍ଚାୟତ ଡ଼ାକବଙ୍ଗଳାର ଲୁହା ଫାଟକ ତାଡି ଭିତରେ ପଶିବା ପରେ ପାଚେରୀ ଭାଙ୍ଗି ବୈତରଣୀ ଭିତରେ ପଶି ଅପରପାର୍ଶ୍ବକୁ ଚାଲି ଯାଇଛନ୍ତି। ହାତୀପଲଙ୍କ ଖୋଜରେ କିଛି ସ୍ଥାନରେ ଧାନ ଫସଲ ନଷ୍ଟ ହୋଇଛି। ହାତୀପଲରୁ ଗୋଠ ଛଡ଼ା ଦନ୍ତାଟି ବେଳେ ବେଳେ ବିଭିନ୍ନ ଗ୍ରାମ ମଧ୍ୟକୁ ପଶି ଉପଦ୍ରବ ଚଳାଉଥିବାରୁ ଲୋକେ ଆତଙ୍କିତ ଥିବା ବେଳେ ହାତୀପଲ ଅଞ୍ଚଳ ଛାଡି ଥିବାରୁ ଅଞ୍ଚଳରେ ଆଶ୍ୱସ୍ତି ପ୍ରକାଶ ପାଇଛି।

Comments are closed.