ନେସ୍କୋ ପାୱାର କର୍ମଚାରୀ ସଂଘର କର୍ମୀ ସମ୍ମିଳନୀ

ପାଟଣା: ତୁରୁମୁଙ୍ଗା ବିଦ୍ୟୁତ କାର୍ଯ୍ୟାଳୟ ପରିସରରେ ନେସ୍କୋ ପାୱାର ଏମ୍ପ୍ଲୟିଜ ୟୁନିଅନ କର୍ମଚାରୀ ସଂଘର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସର୍ବସମ୍ମତି କ୍ରମେ ବରିଷ୍ଠ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ସଭାରେ ସଭାପତିତ୍ୱ କରିଥିଲେ। ମୁଖ୍ୟ ବକ୍ତା ଭାବେ ତ୍ରିଲୋଚନ ମହାରଣା ଏବଂ ବକ୍ତା ଭାବରେ ପଙ୍କଜ କୁମାର ଜେନା, ମଳୟ କୁମାର ସା ଏବଂ ଜୟନ୍ତ ମହାନ୍ତ ସଭାରେ ବକ୍ତବ୍ୟ ରଖିଥିଲେ। ସଭାରେ ନୂତନ ଭାବେ ଯୋଗ ଦେଇଥିବା କର୍ମଚାରୀଙ୍କୁ ସଂଘ ପକ୍ଷରୁ ସ୍ୱାଗତ କରାଯାଇଥିଲା। ନେସ୍କୋକୁ ଟାଟା ପାୱାର ଅଧିଗ୍ରହଣ କରିବା ପରେ ଜିଲ୍ଲାର ବିଦ୍ୟୁତ ସେବା କ୍ଷେତ୍ରରେ ଅଧିକ ସୁଧାର ଆସିଥିବାରୁ ବୈଠକରେ ସନ୍ତୋଷ ପ୍ରକାଶ ପାଇଥିଲା।

ବୈଠକରେ ଠିକା କର୍ମଚାରୀଙ୍କୁ ମାସିକ ୨୦ ହଜାର ଟଙ୍କା ଦରମା ଏବଂ ବୀମା ରାଶି ୧୫ ଲକ୍ଷ ଟଙ୍କା କରାଯିବା ସହ ଇ.ପି.ଏଫ., ଇ.ଏସ.ଆଇ କାର୍ଡ ପ୍ରଦାନ କରିବା ନିମନ୍ତେ ଆଲୋଚନା କରାଯାଇଥିଲା। ବିଦ୍ୟୁତ ଉପଭୋକ୍ତାଙ୍କୁ ସଠିକ ସେବା ଯୋଗାଇବା ସହିତ ନିଜର ସୁରକ୍ଷା ନିମନ୍ତେ ସଦାସର୍ବଦା ତତ୍ପର ରହିବାକୁ ସଭାପତି ସଦସ୍ୟମାନଙ୍କୁ ପରାମର୍ଶ କରିଥିଲେ। ସଭ୍ୟମାନଙ୍କ ମଧ୍ୟରେ ଅସିତ ରାଉତ, ଯୋଜନେଶ୍ୱର ସୁର, ଗୁରୁ ମହାନ୍ତ, ଜଗଦୀଶ ନାୟକ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.