ଗୁରୁସ୍ବାମୀ ଭାଗବତ ଟୁଙ୍ଗି ତରଫରୁ ଭଗବତ ଗୀତା ବଣ୍ଟନ ଓ ଭାଗବତ ପ୍ରବଚନ

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମ ପଞ୍ଚାୟତ ସାନ୍ତରାପୁର ସ୍ଥିତ ନୃସିଂହ ନାରାୟଣ ଭାଗବତ ଟୁଙ୍ଗିର ଷୋଡଶ ବାର୍ଷିକୋତ୍ସବ ପାଳନ କରାଯାଇଛି। ଏହି ଅବସରରେ ଆୟୋଜିତ ବିଶ୍ବ ଶାନ୍ତି ଗୀତାଯଜ୍ଞ ଓ ହରି ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ଘଟଗାଁ ଗ୍ରାମ ଅନ୍ତର୍ଗତ କେନ୍ଦୁଆପଡା ସାହିସ୍ଥିତ କ୍ଷିତିଜ୍ଯୋତିଃ ଶାଖାଶ୍ରମ ଓ ଗୁରୁସ୍ବାମୀ ଭାଗବତ ଟୁଙ୍ଗି ତରଫରୁ ଶ୍ରୀମଦ ଭଗବତ ଗୀତା ପୁସ୍ତକ ଯଜ୍ଞରେ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ପ୍ରଦାନ କରାଯାଇଥିଲା। ଏହା ସହିତ ଭାଗବତ କଥା ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଘଟଗାଁ ଅଞ୍ଚଳର ବହୁ ଭାଗବତ ଟୁଙ୍ଗିର ସଦସ୍ୟମାନେ ଯୋଗ ଦେଇଥିଲେ। କ୍ଷିତିଜ୍ଯୋତିଃ ଶାଖା ଶ୍ରମର ଚରମାନନ୍ଦ ଦାସ (ପ୍ରତାପ ଭାଇ) ଗୀତା ବଣ୍ଟନ ଓ ପ୍ରବଚନ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ମୁଖ୍ୟାଂଶରେ ଥିଲେ ଭଗବାନ ସିଂହ, ପୁରନ୍ଦର ମହାନ୍ତ, ଭଗବାନ ବେହେରା, ଜୟଦେବ ପଣ୍ଡାଙ୍କ ସମେତ ଅନ୍ୟ ସଦସ୍ୟ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.