ପୋଲ ଉପରୁ ୨୦ ଫୁଟ ତଳକୁ ଖସି ପଡ଼ି ମହିଳା ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥରର ଧାନବେଣୀ ପୋଲ ଉପରୁ ଜଣେ ମହିଳା ୨୦ ଫୁଟ ତଳକୁ ଖସିପଡି ଗୁରୁତର ହୋଇଛନ୍ତି। ସେଠାରେ ମହିଳା ଜଣଙ୍କ ଗୁରୁତର ଅବସ୍ଥାରେ ପଡ଼ି ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଯୁବକମାନେ ତାଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଗୁରୁତର ମହିଳା ଜଣଙ୍କ ପାଟଣା ଥାନା କରଞ୍ଜିଆପଡା ଗ୍ରାମର କାଞ୍ଚନ ଦେହୁରୀ ବୋଲି ଜଣାପଡିଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତେବେ ମହିଳା ଜଣକ ମାନସିକ ବିକୃତ ଥିବା ଜଣାପଡିଛି।

Comments are closed.