ହରିଚନ୍ଦନପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ରାଷ୍ଟ୍ରୀୟ ଗୁଣବତ୍ତା ପାଇଁ ଏନ.କ୍ୟୁ.ଏ.ଏସ. ପ୍ରମାଣପତ୍ର

ପାଟଣା: ସମଗ୍ର ଓଡିଶାରେ ୪ଟି ସରକାରୀ ଚିକିତ୍ସାଳୟକୁ ଗୁଣବତ୍ତା ମୂଲ୍ୟାଙ୍କନରେ ପ୍ରଶଂସା କରାଯିବା ସହ ଏହିସବୁ ଡାକ୍ତରଖାନାକୁ ଏନ.କ୍ୟୁ.ଏ.ଏସ. ପ୍ରମାଣପତ୍ର ମିଳିଛି। ଓଡିଶାର ୪ଟି ଡାକ୍ତରଖାନା ମଧ୍ୟରୁ କେନ୍ଦୁଝରର ୨ ଗୋଟି ଡାକ୍ତରଖାନା ରହିଛି। ପ୍ରଥମଟି ହରିଚନ୍ଦନପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ଦ୍ୱିତୀୟରେ ଭଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। ଏକଦା ସମାଲୋଚନା ଘେରରେ ଥିବା ହରିଚନ୍ଦନପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଭାବେ ଘଟଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଡକ୍ଟର ମୁକ୍ତିକାନ୍ତ ନାୟକ ଦାୟିତ୍ୱ ଗ୍ରହଣ କରିବା ପରେ ଡାକ୍ତରଖାନାର କର୍ମଚାରୀ ଓ ସହଯୋଗୀମାନଙ୍କ ସହ ଅକ୍ଳାନ୍ତ ପରିଶ୍ରମ କରି ଡାକ୍ତରଖାନାର ସୁନାମ ବଢାଇବା ପାଇଁ ଜାତୀୟ ସ୍ତରରେ ଏହି ଡାକ୍ତରଖାନାକୁ ପ୍ରଶଂସା ଯୋଗ୍ୟ କରାଇଥିବାରୁ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି।

Comments are closed.