ଅଜଣା ରୋଗରେ ଆକ୍ରାନ୍ତ ସଞ୍ଜୟ; ଚିକିତ୍ସା ପାଇଁ ଅର୍ଥ ବାଧକ, ସହାୟତା ପାଇଁ ନିବେଦନ

ପାଟଣା: ଦୁରାରୋଗ୍ୟ ରୋଗରେ ଆକ୍ରାନ୍ତ ରାଜନଗର ଗ୍ରାମର ସଞ୍ଜୟ ବେହେରା (୧୭) ନାମକ ଜଣେ ନାବାଳକ ଅର୍ଥ ଅଭାବରୁ ଚିକିତ୍ସା ସୁବିଧା ନପାଇ ଅଧାରୁ ପାଠ ପଢା ଛାଡ଼ି ଘରେ ପଡି ରହିଛନ୍ତି। ସଞ୍ଜୟ ନାୟକଙ୍କ ପକ୍ଷେ ସିଧା ହୋଇ ଠିଆ ହେବା କଷ୍ଟକର ହୋଇ ପଡୁଛି, ଠିକରେ ଠିଆ ହୋଇ ପାରୁନାହିଁ। ଦୀର୍ଘ ଦୁଇ ବର୍ଷ ହେଲା ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡି ପଡି ଦେହ କଣ୍ଟା ହୋଇ ଗଲାଣି । ଅର୍ଥ ଅଭାବରୁ ମଧ୍ୟ ଚିକିତ୍ସା ହୋଇ ପାରୁନାହିଁ । ଏଭଳି ଅଭାବନୀୟ ଘଟଣା ଦେଖାଯାଇଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ଗ୍ରାମରେ। ଗ୍ରାମର ଉମାକାନ୍ତ ବେହେରା ଜଣେ ଗରିବ ଦିନ ମଜୁରିଆ ହୋଇଥିବା ବେଳେ ୧୭ ବର୍ଷର ପୁଅ ସଞ୍ଜୟକୁ ମାଡି ବସିଛି ଏକ ଅଜଣା ରୋଗ। ଦିନକୁ ଦୁଇ ଓଳି ଖାଇବା ଯୋଗାଡ଼ କରିପାରୁନଥିବା ଉମାକାନ୍ତ ଙ୍କ ପକ୍ଷେ ପୁଅର ଚିକିତ୍ସା କରିବା ସମ୍ଭବ ହୋଇ ପାରୁନାହିଁ  ଅନ୍ୟ ପକ୍ଷରେ ପୁଅ ସଞ୍ଜୟ ଜଣେ ମେଧାବୀ ଛାତ୍ର ହୋଇଥିଲେ ମଧ୍ୟ ଦୁଇ ବର୍ଷ ତଳୁ ଦଶମ ଶ୍ରେଣୀ ରୁ ସଞ୍ଜୟ ଙ୍କ ପାଠ ପଢାରେ ଡୋରି ବନ୍ଧା ହୋଇଯାଇଛି। ସଞ୍ଜୟ ର ଚିକିତ୍ସା ପାଇଁ ବାପା ଉମାକାନ୍ତ ରାଜନଗର ମେଡିକାଲ ଠାରୁ ଆରମ୍ଭ କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଏ ବହୁ ବହୁବାର ଦେଖାଇଥିଲେ ମଧ୍ୟ ସଞ୍ଜୟ ଭଲ ହେଉନଥିବାରୁ ଘରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ଏଣୁ କୌଣସି ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସଞ୍ଜୟର ଚିକିତ୍ସା କରାଯିବା ସେ ନିବେଦନ କରିଛନ୍ତି ।

Comments are closed.