ହାଇଦ୍ରାବାଦରୁ ସାଇକେଲରେ ଓଡ଼ିଶା ଫେରିଲେ ଦୁଇ ପ୍ରବାସୀ

ପାଟଣା : ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ଆଠ ଦିନ କାଳ ସାଇକେଲିଂ କରି ହାଇଦ୍ରାବାଦରୁ ଆସି ସୋମବାର ଅପରାହ୍ନରେ ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତରେ ପହଞ୍ଚିଛନ୍ତି ଦୁଇ ପ୍ରବାସୀ ଓଡିଆ ଶ୍ରମଜୀବି। ହାଇଦ୍ରାବାଦ କଟାଦାନୀ ସ୍ଥିତ ଶ୍ରୀରାମ କଲୋନୀର ଆର.ଆର, ଏଂଟରପ୍ରାଇଜେସରେ ଏହି ଦୁଇ ଜଣ ଦଶ ବର୍ଷ ହେଲା ଥଣ୍ଡା ପାନୀୟ ଷ୍ଟ୍ର ପାଇପ ତିଆରି କାମ କରୁଥିଲେ। ଶେଷଥର ପାଇଁ ଗ୍ରାମକୁ ଆସି ମାର୍ଚ୍ଚ ପ୍ରଥମ ସପ୍ତାହରେ ଏମାନେ ହାଇଦ୍ରାବାଦ ଯାଇଥିବା ବେଳେ ମାର୍ଚ୍ଚ ଶେଷ ସପ୍ତାହରେ ଲକଡାଉନ କାରଣରୁ କମ୍ପାନୀ ବନ୍ଦ ହୋଇଯିବାରୁ ସେଠାରେ ଫସି ରହିଥିଲେ। ଯାନବାହାନର ସୁବିଧା ନ ପାଇ ଦୁଇଟି ସାଇକେଲ କିଣି ଡେଣୁଆ ଗ୍ରାମର ମନୁ ନାଏକ (୨୨) ଓ ପ୍ରଶାନ୍ତ (୨୬) ଗତ ୧୮ ତାରିଖରୁ ହାଇଦ୍ରାବାଦରୁ ବିଜୟୱାଡା , ଭାଇଜାଗ, ବ୍ରହ୍ମପୁର ହୋଇ ମୁରୁସୁଆଁରେ ଗତକାଲି ଅପରାହ୍ନରେ ପହଞ୍ଚି ସ୍ୱଇଚ୍ଛାରେ ସଙ୍ଗରୋଧ କେନ୍ଦ୍ରକୁ ଯାଇଛନ୍ତି ।

Comments are closed.