ଗଛରେ ରଶି ଲଗାଇ ଆତ୍ମହତ୍ୟା

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଶଙ୍ଖୁଆ ଗ୍ରାମର ଡୁମ୍ବି ସାହିରେ ଜଣେ ବ୍ୟକ୍ତି ମାନସିକ ଭାରସାମ୍ୟ ହରାଇ ଘର ପଛ ପାଖରେ ଥିବା ଆମ୍ବ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଗ୍ରାମର ମାଣିକ ହୋ(୫୧) ବୋଲି ଜଣାପଡିଛି। ସେ କୈାଣସି କାରଣରୁ ଗତ ବିଳମ୍ବିତ ରାତିରେ ଘର ପଛ ପାଖରେ ଥିବା ଆମ୍ବ ଗଛରେ ରଶି ଲଗାଇ ଦେଇଥିଲେ। ଆଜି ପରିବାର ଲୋକେ ଦେଖିବା ପରେ ପାଟଣା ଥାନାକୁ ଖବର ଦେଇଥିଲେ। ଖବର ପାଇ ସାହାରପଡା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଆଜି ଅପରାହ୍ନରେ ପାଟଣାରେ ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Comments are closed.