ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ନୂତନ ଗୃହ ପ୍ରବେଶ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ମୁଷାଖୋରୀ ପଞ୍ଚାୟତ ମଲ୍ଲିପଶି ଠାରେ ଅସ୍ଥାୟୀ ଗୃହରେ ବିବେକାନନ୍ଦ ଶିକ୍ଷା କେନ୍ଦ୍ର କିଛି ବର୍ଷ ହେଲା ପ୍ରାଥମିକ ଶିକ୍ଷାଦାନ କ୍ଷେତ୍ରରେ ଗୁଣାତ୍ମକ ଉଦାହରଣ ସୃଷ୍ଟି କରିଥିଲା। କରୋନା କଟକଣା କାରଣରୁ ଏହି ଶିକ୍ଷା କେନ୍ଦ୍ର ବନ୍ଦ ରହିଥିବା ବେଳେ ଏହି ଅବଧିରେ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ନିଜସ୍ଵ ନୂତନ ଶ୍ରେଣୀ ଗୃହ ନିର୍ମାଣ କରାଯାଇଛି । ଆଜି ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ନୂତନ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠାନ ର ମୁଖ୍ୟ ଶତୃଘ୍ନ ସେଠୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। କର୍ତ୍ତା ପାର୍ଥସାରଥୀ ବେଜ ଙ୍କ ଉପସ୍ଥିତି ରେ ପଣ୍ଡିତ ତରୁଣ ତ୍ରିପାଠୀ ଓ ସଞ୍ଜିବନୀ ମିଶ୍ର ହୋମଯଜ୍ଞାଦି କାର୍ଯ୍ୟ କରି ନୂତନ ଗୃହ ପୂଜା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଷାଖୋରୀ ସରପଞ୍ଚ ଭାମାମଣୀ ଦାସ ଙ୍କ ସହ ବବିତା ମହାନ୍ତ, ସୁରେନ୍ଦ୍ର ବେଜ ଓ ରଶ୍ମୀତା ବେହେରା ଙ୍କ ସହ କମଳାକାନ୍ତ ସେଠୀ, ଚିନ୍ତାମଣି ମହାନ୍ତ ପ୍ରମୁଖ ଗୃହ ପ୍ରବେଶ କାର୍ଯ୍ୟକ୍ରମ ରେ ସାମିଲ ଥିଲେ।

Comments are closed.