ବେଆଇନ ଲଘୁ ଖଣିଜ ବୋଝେଇ ହାଇଓ୍ବା ସହ ଟ୍ରାକ୍ଟର ଜବତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ବାଉଁଶୁଳି ନିକଟରେ ଆଜି ରାଜସ୍ବ ବିଭାଗ ପକ୍ଷରୁ ଚଢାଉ କରାଯାଇ ଗୋଟିଏ ବେଆଇନ ଚିପିସ୍ ବୋଝେଇ ହାଇଓ୍ବାକୁ ଜବତ କରାଯାଇଛି। ସେହିପରି ଝାରବେଡା ନିକଟସ୍ଥ ନେଉଳଯୋଡି ନାଳରୁ ବାଲି ଚୋରା ଚାଲାଣ କରୁଥିବା ଏକ ଟ୍ରାକ୍ଟରକୁ ଜବତ କରିଛି ରାଜସ୍ବ ବିଭାଗ। ବେଆଇନ ଭାବେ ଚିସ୍ପ ଓ ବାଲି ପରିବହନ କାରଣରୁ ଜବତ ହାଇଓ୍ବା ଉପରେ ୫୦ ହଜାର ଟଙ୍କା ଓ ଟ୍ରାକ୍ଟର ଉପରେ ୧୦ ହଜାର ୧୨୦ ଟଙ୍କା ମିଶାଇ ମୋଟ ୬୦ ହଜାର ୧୨୦ ଟଙ୍କା ଜୋରିମାନା କରାଯାଇଛି। ଏହି ଚଢ଼ାଉରେ ତହସିଲଦାର ତାପସ ରଂଜନ ଦେହୁରୀଙ୍କ ସହ ରାଜସ୍ବ ପରିଦର୍ଶକ ବନମାଳୀ ନାଏକ ଓ ରାଜସ୍ବ ନୀରିକ୍ଷକ ଭବାନୀ ଶଙ୍କର ରାଉତରାୟ ଓ ବିକ୍ରମ ମିଶ୍ର ସାମିଲ ଥିଲେ।

Comments are closed.