ପାଟଣା ବଜାରରେ ମାନସିକ ବିକୃତା ମହିଳା

ପାଟଣା: ପାଟଣା ବଜାରରେ ଦୁଇଦିନ ହେଲା ଜଣେ ମାନସିକ ବିକୃତା ବୟସ୍କା ମହିଳା ଅତି ଦୟନୀୟ ଭାବେ ସମୟ କାଟୁଛନ୍ତି। ସେ କଣ ଖାଉଛନ୍ତି ଘର କେଉଁଠି ତାହା ପ୍ରକାଶ କରୁ ନ ଥିବା ବେଳେ ବୃଦ୍ଧା ଜଣଙ୍କ ଆଖପାଖ ଅଂଚଳର ହୋଇଥିବା ଅନୁମାନ କରାଯାଉଛି। ବୁଧବାର ସକାଳୁ ସେ ପାଟଣା ଉପଡାକଘର ସାମ୍ନା ରାସ୍ତାରେ ବସି ରହିଥିବାରୁ ଯାନବାହାନ ଚଳାଚଳ କ୍ଷେତ୍ରରେ ଅସୁବିଧା ଦେଖାଯାଇଥିଲା। ଲୋକେ ବୃଦ୍ଧାଙ୍କ ଚାରିପଟେ ପଥର ରଖି ସତର୍କ ସୂଚନା ଦେବା ପରେ ଲୋକେ ଏହି ସ୍ଥାନ ଆଡେଇ ଯାତାୟତ କରୁଥିବା ଦେଖାଯାଇଥିଲା।

Comments are closed.