ସେତୁ ନିର୍ମାଣ କରି ରୋପ-ୱେକୁ ଭୁଲିଗଲେ ରାଜ୍ୟ ସରକାର

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ଭୀମକୁଣ୍ଡ ଠାରେ ମୟୁରଭଂଜ ଓ କେନ୍ଦୁଝର ସୀମା ମଧ୍ୟ ବୈତରଣୀ ନଦୀ ଉପରେ ରୋପ-ୱେ କରାଯିବ ବୋଲି ରାଜ୍ୟ ସରକାର ଦୁଇ ଦୁଇ ଥର ଘୋଷଣା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇ ପାରୁନାହିଁ। ସରକାରଙ୍କ ବିଗତ ପାଳି ସମୟରେ ରୋପ – ୱେ ନିର୍ମାଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ମଧ୍ୟ ଏହା ରଦ୍ଦ ହୋଇଥିଲା। ପରେ ରାଜ୍ୟର ଭୀମକୁଣ୍ଡ ସମେତ ୫ ଟି ପର୍ଯ୍ୟଟନ ସ୍ଥଳରେ ରୋପ – ୱେ ନିର୍ମାଣ ପାଇଁ ଘୋଷଣା ସତ୍ୱେ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ। ଅପର ପକ୍ଷରେ ସରକାରଙ୍କ ବିଗତ ପାଳିର ଶେଷ ପର୍ଯ୍ୟାୟରେ ଭୀମକୁଣ୍ଡ ଠାରେ ବୈତରଣୀ ଉପରେ ସେତୁ ନିର୍ମାଣର ଶିଳାନ୍ୟାସ କରାଯାଇଥିଲା। ଏବେ ସେତୁ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚି ଥିବାବେଳେ ସେତୁ ନିର୍ମାଣ କରାଯାଇଥିବାରୁ ସରକାର ରୋପ-ୱେ କଥା ଭୁଲିଗଲେଣି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।

Comments are closed.