ସରକାରୀ ଜମିକୁ ଉଛେଦ କଲେ ତହସିଲଦାର

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ତହସିଲ ଅଧିନସ୍ଥ ସାନ୍ତରାପୁର ଗ୍ରାମପଞ୍ଚାୟତ ଛତିଆ ଗ୍ରାମରେ ଦୁଇ ଏକରରୁ ଉର୍ଦ୍ଧ ମୂଲ୍ୟବାନ ଜମିକୁ ଉଛେଦ କରି ସରକାରୀ ଦଖଲକୁ ଆଜି ଆଣିଛନ୍ତି ଘଟଗାଁ ତହସିଲଦାର ଜନକ କୁମାର ନାୟକ। ଘଟଣାରୁ ପ୍ରକାଶ ଯେ ବାରହାଟିପୁରା ଆର. ଆଇ ଅଧିନ ଛତିଆ ଗ୍ରାମର ଜୟନ୍ତ ନାରାୟଣ ସିଂ ନିଜ ଗ୍ରାମରେ ଥିବା ସରକାରୀ ଗୋଚର ଜମି ଜୋରଜବରଦସ୍ତି ଦଖଲ କରି ତା ଉପରେ ଏକ ଘର ନିର୍ମାଣ କରି ଦୋକାନ କରିଥିଲେ। ଏହାକୁ ଗ୍ରାମବାସୀ ବିରୋଧ କରିଥିଲେ ମଧ୍ୟ ସେ ଗ୍ରାମବାସୀଙ୍କ କଥାକୁ ଭୃକ୍ଷେପ ନକରି ଦିନକୁ ଦିନ ସରକାରୀ ଜମି ଦଖଲ କରିବାରେ ଲାଗି ପଡ଼ିଥିଲେ। ଫଳରେ ଗ୍ରାମବାସୀ ଘଟଗାଁ ତହସିଲଦାର ଜନକ କୁମାର ନାୟକଙ୍କୁ ଲିଖିତ ଅଭିଯୋଗ କରି ଏହାର ଉଛେଦ ନିମନ୍ତେ ଦାବି କରିଥିଲେ।

ତହସିଲଦାର ଆଜି ଦିନ ଘଟଗାଁ ଥାନା ଆଇ ଆଇ ସି ପ୍ରତିଭା ମଞ୍ଜରୀ ସାହୁ, ଆରକ୍ଷୀ ବାହିନୀ ସହ ବାରହାଟିପୁରା ଆର. ଆଇ ଦୀପ୍ତିମୟୀ ସାହୁ, ଅମିନ ରବି ନାଏକ, ବରିଷ୍ଠ କିରାଣୀ ନାରଣ ପଲେଇ ଉପସ୍ଥିତ ରହି ଜେସିବି ସାହାଯ୍ୟ ରେ ବେଆଇନ ଭାବେ ସରକାରୀ ଯାଗାରେ ଘର ନିର୍ମାଣ କରାଯାଇଥିବାରୁ ତାକୁ ଭାଙ୍ଗି ସେ ଦଖଲ କରୁଥିବା ୨ ଏକରରୁ ଉର୍ଦ୍ଧ ମୂଲ୍ୟବାନ ସରକାରୀ ଜମିକୁ ଦଖଲକୁ ନେଉଛନ୍ତି। ଫଳରେ ଗ୍ରାମବାସୀ ପ୍ରଶାସନ ତରଫରୁ ଉଚିତ ନ୍ୟାୟ ପାଇ ଆନନ୍ଦିତ ହୋଇଥିବା ପ୍ରକାଶ କରିଛନ୍ତି।

Comments are closed.