ବାଇକ୍ ଧକ୍କାରେ ଯୁବତୀ ସହ ଚାଳକ ଗୁରୁତର

ପାଟଣା: ପାଟଣା କେନ୍ଦେଇପଶି ରାସ୍ତାର ପୁଟୁଳିଆ ନିକଟରେ ରାସ୍ତା ପାର ହେଉଥିବା ଜଣେ ଯୁବତୀଙ୍କୁ ଏକ ବାଇକ୍ ଧକ୍କା ଦେବାରୁ ଯୁବତୀଙ୍କ ସହ ବାଇକରୁ ଖସି ବାଇକ୍ ଚାଳକ ମଧ୍ୟ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ପାଟଣା ଅଗ୍ନିଶମ ବାହିନୀ ଉଦ୍ଧାର କରି ପାଟଣା ଡାକ୍ତରଖାନାରେ ଭର୍ଭି କରିଛନ୍ତି। ବାଇକ୍ ଚାଳକ ଜଣଙ୍କ ହେଲେ ପାଟଣା ବ୍ଲକରେ କାର୍ଯ୍ୟରତ ବିଏଫଟି ତଥା କୋଡଖମଣ ଗ୍ରାମର ପ୍ରକାଶ କୁମାର ମହାନ୍ତ (୩୯) ବୋଲି ଜଣାପଡିଥିବା ବେଳେ ଯୁବତୀ ଜଣଙ୍କ ପୁଟୁଳିଆ ଗ୍ରାମର ସଙ୍ଗୀତା ମହାନ୍ତ ବୋଲି ଜଣାପଡିଛି।

Comments are closed.