କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର ଜଳଶକ୍ତି ଅଭିଯାନ ସଚେତନତା କାର୍ଯ୍ୟକ୍ରମ

ପାଟଣା: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନ କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ କେନ୍ଦୁଝର ପକ୍ଷରୁ ମଙ୍ଗଳବାର ଦିନ ପାଟଣା ବ୍ଲକ ଅନ୍ତର୍ଗତ ଡଳଙ୍ଗ ଗ୍ରାମରେ ଏକ ସ୍ବତନ୍ତ୍ର ଜଳଶକ୍ତିି ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକ ସଚେତନତା ପଦଯାତ୍ରାରେ ଗ୍ରାମର ଯୁବକ ଓ ମହିଳା ମାନେ ସାମିଲ ହୋଇଥିଲେ। ସ୍ଥାନୀୟ ସରପଞ୍ଚ ବନଜ କୁମାର ନାଏକ ପତକା ହଲାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ।

ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ଜଳ ଓ ପରିମଳ ବିଭାଗର ପରାମର୍ଶଦାତା ଲିଙ୍ଗରାଜ ଦାସ, ଜଳ ବିଭାଜିକାର ପରାମର୍ଶ ଦାତା ରଣଜିତ କୁମାର ଶତପଥୀ, ଆକାଶବାଣୀର କାର୍ଯ୍ୟକ୍ରମ ବ୍ୟବସ୍ଥାପକ ଅସଦ ଦାଉଦ, ବୁଦ୍ଧିଜୀବୀ ଦୀପକ ଦାସ, ବ୍ୟାଙ୍କ ଅଫ ଇଣ୍ଡିଆରୁ ପିତବାସ ମହାପାତ୍ର ପ୍ରମୁଖ ଯୋଗ ଦେଇ ବିଭାଗର କାର୍ଯ୍ୟରେ ଜନସାଧାରଣଙ୍କ ସହଭାଗିତା ଓ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଦି ସମ୍ପର୍କରେ ମତ ରଖିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ କ୍ଷେତ୍ର ଜନସମ୍ପର୍କ ଅଧିକାରୀ ଜୀବନ କୁମାର ସାମନ୍ତ ସିଂହାର ପରିଚାଳନା କରିଥିଲେ।

Comments are closed.