ମହିଳା କଂଗ୍ରେସ ପକ୍ଷରୁ ଆଇନ ସଚେତନତା

ପାଟଣା: ଘଟଗାଁବ୍ଲକ ଅନ୍ତର୍ଗତ ବସନ୍ତପୁର ପଞ୍ଚାୟତରେ ଏକାଧିକ ମହିଳାଙ୍କୁ ନେଇ ମହିଳା କଂଗ୍ରେସ ନେତ୍ରୀ ଆଇନଜୀବୀ ସୁଶ୍ରୀ ସଙ୍ଗୀତା ସିଂହଙ୍କ ସଭାପତିତ୍ୱ ରେ ଏକ ଆଇନଗତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଂପ୍ରତିକ ପରିସ୍ଥିତିରେ ସରକାରଙ୍କ ଦ୍ବାରା ପ୍ରଣୟନ କରାଯାଇ ଥିବାବେଳେ ନୂତନ ଆଇନମାନ କେବଳ କଥାରେ ହିଁ କାର୍ଯ୍ୟକାରୀ ବାସ୍ତବ ପକ୍ଷେ ତାହା କାର୍ଯ୍ୟକ୍ଷେତ୍ରରେ ସଂପୂର୍ଣ୍ଣ ଅଲଗା ହେଉଥିବା ଯୋଗୁ ଆଜି ମହିଳା ସମାଜ ସଂପୂର୍ଣ୍ଣ ମାତ୍ରରେ ଅସୁରକ୍ଷିତ। ଫଳରେ ଏସବୁ ଦିଗକୁ ଆଧାର କରି ମୁଖ୍ୟତଃ ମହିଳାଙ୍କ ପାଇଁ ପାରିବାରିକ ହିଂସା ଆଇନ, ବାଲ୍ୟ ବିବାହ ଆଇନ, ଶ୍ରମ ଆଇନ, କର୍ମଜୀବୀ ମହିଳାଙ୍କ ନିମିତ୍ତ ପ୍ରଣୀତ ଆଇନର ବିଭିନ୍ନ ଦିଗ ବାବଦରେ ସମବେତ ମହିଳା ଗଣକୁ ସୁଶ୍ରୀ ସିଂହ ବିଶଦ ଭାବେ ବୁଝାଇବା ସହିତ ଆଗାମୀ ଦିନରେ ମହିଳା ସଚେତନ ନିଷ୍ଠା ଓ ଦକ୍ଷତାର ସହ କାର୍ଯ୍ୟ କରିବା ନିମନ୍ତେ ଆହ୍ଵାନ ଦେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶାନ୍ତିଲତା ଦଣ୍ଡପାଟ, ମିନତୀ ଦଣ୍ଡପାଟ, ବବି ପାତ୍ର, ଚିନା ଦଣ୍ଡପାଟ, ବିଶଦା ଦଣ୍ଡପାଟ, ଚନ୍ଦନୀ ନାଏକ, ରଜନୀ ଦଣ୍ଡପାଟ, ସୁଚିତ୍ରା ଦଣ୍ଡପାଟ ପ୍ରମୁଖ ଆଲୋଚନାରେ ଭାଗ ନେଇଥିବା ବେଳେ ସସ୍ମିତା ଦଣ୍ଡପାଟ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.