ଘର ଭାଙ୍ଗିଲେ ହାତୀପଲ, ଖୋଜରେ ଧାନଫସଲ ନଷ୍ଟ

ପାଟଣା: ପାଟଣା ବନାଞ୍ଚଳ ଅନ୍ତର୍ଗତ ଗୋହିରା, କଟୁପଡା ହୋଇ ବଡପଶି ଜଙ୍ଗଲରେ ଗତକାଲି ଠାରୁ ୨୬ଟି ହାତୀ ଡେରା ପକାଇଛନ୍ତି। ମୟୂରଭଞ୍ଜ ସୀମାରୁ ପଶି ଆସିଥିବା ଏବଂ ହାତୀପଲଙ୍କ ଖୋଜରେ ବହୁ ସ୍ଥାନରେ ଧାନଫସଲ ନଷ୍ଟ ହୋଇଛି। ଗତକାଲି ରାତିରେ ଏହି ହାତୀପଲ କୁଣ୍ଡଳା ନିକଟସ୍ଥ ଜୟପୁର ଗ୍ରାମର ମାଝୀ ସାହିରେ ପଶି ଜଣଙ୍କର ଘର ଭାଙ୍ଗିଥିବା ଜଣାପଡିଛି। ଗ୍ରାମର ସାଲୁ ମାଝୀଙ୍କର ଘର କାନ୍ଥକୁ ଭାଙ୍ଗି ଥିବା ଦେଖାଯାଇଛି। ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ୱର ମହାନ୍ତ, ବନପାଳ ସନାତନ ମିଶ୍ର ପ୍ରମୁଖ ବଡପଶି ଜଙ୍ଗଲକୁ ଯାଇ ହାତୀପଲଙ୍କ ଉପରେ ନଜର ରଖିଥିବା ଜଣାପଡିଛି। ଏହି ହାତୀପଲ ରେ ୫ ଟି ଦନ୍ତାହାତୀ ଓ୧୧ଟି ମାଇ ହାତୀ ଓ ଅବଶିଷ୍ଟ ଶିଶୁ ହାତୀ ଅଛନ୍ତି।

Comments are closed.