ଟିକିରା ଗ୍ରୀଡ଼ରୁ ପାଟଣାକୁ ବିଦ୍ୟୁତ ସଂଯୋଗ ନ ସରୁଣୁ ୨୮ ବିଦ୍ୟୁତ ଖୁଣ୍ଟଚୋରୀ

ପାଟଣା: ଟିକିରା ଗ୍ରୀଡ଼ରୁ ପାଟଣାକୁ ସିଧାସଳଖ ୩୩ କେଭି ବିଦ୍ୟୁତ ସଂଯୋଗ ପାଟଣାରୁ ଢେଙ୍କିକୋଟକୁ ବିଦ୍ୟୁତ ଖୁଣ୍ଟ ପୋତାକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ୨୮ଟି ବିଦ୍ୟୁତ ଖୁଣ୍ଟ ଚୋରି ହୋଇ ଗଲାଣି। ଏହି ବିଦ୍ୟୁତ ଖୁଣ୍ଟ ଗୁଡିକ ଉଭୟ ପାଟଣା ଓ ଘଟଗାଁ ଥାନା ଅଞ୍ଚଳରୁ ଚୋରି ହୋଇଛି। ଆଶ୍ଚର୍ଯ୍ୟର କଥା ଏହି ଯେ ଓଜନଦାର ବିଦ୍ୟୁତ ଖୁଣ୍ଟଗୁଡିକୁ ଗ୍ୟାସ କଟର ଲଗାଇ ମୂଳରୁ କାଟି ନିଆଯାଇଛି। ଚୋରିରେ ଗୋଟେ ବଡ଼ ଦଳ ସାମିଲ ଥିବା ସନ୍ଦେହ କରଯାଉଛି। କଟାଯାଇ ଥିବା ବିଦ୍ୟୁତ ଖୁଣ୍ଟ ଗୁଡିକ ବୋହିନେବା ସମ୍ଭବପର ନଥିବାରୁ ନିଶ୍ଚିତ ଭାବେ ଖୁଣ୍ଟ ଗୁଡିକୁ ନିଶ୍ଚିତ ଗାଡ଼ିରେ ନିଆଯାଉଥିବା ବିଶ୍ୱାସ କରାଯାଉଛି। ଏନେଇ ପାଟଣା ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ପଦ୍ମକିଶୋର ଜେନା ଉଭୟ ଥାନାରେ ଏତଲା ଦେଇଥିଲେ ମଧ୍ୟ ଚୋର ଧରାପଡୁ ନଥିବାରୁ ଖୁଣ୍ଟ ଚୋରି ଅବ୍ୟାହତ ଥିବା ସୂଚନା ମିଳିଛି।

Comments are closed.