କୀଟନାଶକ ଖାଇ ଜଣେ ମୃତ

ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମନୋହରପୁର ପଞ୍ଚାୟତ ସୀତାବିଞ୍ଜି ଗ୍ରାମର ରାମ ମୁଣ୍ଡା(୪୮) ନାମକ ଜଣେ ବ୍ୟକ୍ତିଙ୍କର ଗତକାଲି ବିଳମ୍ବିତ ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ବ୍ୟକ୍ତି ଜଣଙ୍କୁ ବାନ୍ତି ହେବାରୁ ତାଙ୍କୁ କେନ୍ଦୁଝର ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯିବା ସମୟରେ ସେ ମୃତ୍ୟୁ ବରଣ କରିଥିଲେ। ଏନେଇ ଖବର ପାଇ ଫାଣ୍ଡି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନ କେନ୍ଦୁଝର ଡାକ୍ତରଖାନା ଯାଇ ମୃତକର ଶବ ବ୍ୟବଚ୍ଛେଦ କରାଇଛନ୍ତି। ରାମ ମୁଣ୍ଡା କୀଟନାଶକ ଖାଇଥିବା ପରିବାର ସନ୍ଦେହ କରୁଛନ୍ତି।

Comments are closed.