ପାଟଣାରେ ବିଦ୍ୟାଳୟ ରୂପାନ୍ତରିକରଣ ଆଭାସି ଉଦଘାଟନ ପର୍ବ ଆଜି

ପାଟଣା: ପାଟଣା ବ୍ଲକ ଅଞ୍ଚଳର ୬ଟି ବିଦ୍ୟାଳୟ କୁ ୫-ଟି ଅଧୀନରେ ରୂପାନ୍ତରିକରଣ କରାଯାଇଥିବା ବେଳେ ନଭେମ୍ବର ୧୪ ଅପରାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ସବୁ ବିଦ୍ୟାଳୟକୁ ଆଭାସି କାର୍ଯ୍ୟକ୍ରମରେ ଉଦଘାଟନ କରିବେ। ଗତକାଲି ପାଟଣା ବିଧାୟକ ଜଗନ୍ନାଥ ନାଏକ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପୁରୁଷୋତ୍ତମ ସାହୁଙ୍କୁ ନେଇ ସମସ୍ତ ୬ଟି ବିଦ୍ୟାଳୟ ରୂପାନ୍ତରିକରଣ ବୁଲି ଦେଖିଛନ୍ତି। ରବିବାର ଅପରାହ୍ନରେ ଏହି ସବୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀମାନଙ୍କ ଉପସ୍ଥିତିରେ ଆଭାସି କାର୍ଯ୍ୟକ୍ରମ ପାଇଁ ବ୍ଲକ ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି। ଏହି ୬ଟି ବିଦ୍ୟାଳୟ ମଧ୍ୟରେ ତୁରୁମୁଙ୍ଗାର ଦଧିବାମନ ଉଚ୍ଚ ବିଦ୍ୟାଳୟ, ଖିରେଇଟାଙ୍ଗିରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଡୁମୁରିଆର ବି.ଏସ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁରୁସୁଆଁ ନୋଡାଲ ଉଚ୍ଚ ବିଦ୍ୟାଳୟ, କେନ୍ଦେଇପଶି ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ମଲ୍ଲିପଶି ସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି।

ସେହିପରି ଘଟଗାଁ ବ୍ଲକର ତାରିଣୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଅମ୍ବିକା ସରକାରୀ ଉଚ୍ଚ ବିଦ୍ୟାଳୟ, ସତ୍ୟନାରାୟଣ ବିଦ୍ୟାପୀଠ, ଏନ.ଜି.ଉଚ୍ଚ ବିଦ୍ୟାଳୟ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଏନ.କେ. ଉଚ୍ଚ ବିଦ୍ୟାଳୟ ଓଡିଶା ସରକାରଙ୍କ ୫-ଟି ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟକ୍ରମ ଆଧାରରେ ନଭେମ୍ବର ୧୪ ଅପରାହ୍ନରେ ଲୋକାର୍ପିତ ହେବାର କାର୍ଯ୍ୟକ୍ରମ ରହିଅଛି। ଏହି ଉପଲକ୍ଷେ ସନ୍ଧ୍ୟା ୫ରୁ ବିଶେଷ ରୂପେ ଆଭାସି କାର୍ଯ୍ୟକ୍ରମ ଜରିଆରେ ଏହା ଲୋକାର୍ପିତ ହେବ ବୋଲି ଘଟଗାଁ ବିଡ଼ିଓ ନାରାୟଣ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.