MEllora 950×100

କୁଡୁମି ସମ୍ପ୍ରଦାୟର ଗୋଠବାନ୍ଦନା ଓ ଗୋରୟା ପରବ ଶେଷ

ପାଟଣା: କୁଡୁମୀ ସମ୍ପ୍ରଦାୟ ର ବାନ୍ଦନା ପରବର ପ୍ରଥମ ଦିନକୁ ଗୋଠ ବାନ୍ଦନା ବା ଗୋଠାନ୍ ପୂଜା କୁହାଯାଇଥାଏ। ଗ୍ରାମର ଦେହୁରୀ ନଅ ଖଣ୍ଡ ଖନ୍ଦା ତିଆରି ଚାଉଳ ଓ ସିନ୍ଦୁର ଦେଇ ପ୍ରକୃତିର ଦେବାଦେବୀ ଙ୍କୁ ଆରାଧନା କରିଥାଏ। ଗ୍ରାମର ସମସ୍ତ ଗାଈ ଓ ବଳଦକୁ ଖନ୍ଦାରେ ଥିବା ଅଣ୍ଡାକୁ ମଡା ଯାଇଥାଏ। ଯାହାର ଗାଈ କିମ୍ବା ଗୋରୁ ସେହି ଅଣ୍ଡାକୁ ମାଡ଼ିଲା ତାକୁ ସେ ବର୍ଷର ଭାଗ୍ୟବାନ ଚାଷୀ ହିସାବରେ ବିବେଚନା କରାଯାଇଥାଏ। ଯାହାର ଗାଈ କିମ୍ବା ଗୋରୁ ଅଣ୍ଡାକୁ ମାଡ଼ିଲା ତାଙ୍କ ଘରକୁ ପ୍ରଥମେ ଧେଙ୍ଗୁଆଁନ ଯିବାର ପରମ୍ପରା ରହିଛି।

ଆଖଳାକୁ ଆସିଥିବା ଛୋଟ କୁକୁଡ଼ାକୁ ପୂଜା କରାଯାଇ ସେଥିରେ ଚୁନା ମିଶାଇ ଲେଟ ପ୍ରସ୍ତୁତ କରାଯାଇଥାଏ। ଏହାକୁ ଖାଇ ସାରିଲା ପରେ ଧେଙ୍ଗୁଆନ ଆରମ୍ଭ ହୋଇଥାଏ। ପ୍ରଥମେ ଭାଗ୍ୟବାନ ଚାଷୀ ଙ୍କ ଘର କୁ ଗଲା ପରେ ଦେହୁରୀ ଘରକୁ ଏବଂ ପରେ ଗ୍ରାମ ର ସମସ୍ତ ଘରକୁ ଧେଙ୍ଗୁଆନ ଦଳ ରାତ୍ରି ସାରା ଯାଇଥାନ୍ତି। ଗୋଠରୁ ଗାଈ, ଗୋରୁ, ପଣ୍ଡା ଓ ମଇଁଷିକୁ ଆଣି ଘରକୁ ଭର୍ତ୍ତି କରିବା ପୂର୍ବରୁ ଦ୍ୱାରରେ କାଞ୍ଚିଦିଓରି ଦେବାର ପରମ୍ପରା ରହିଛି। ବିଲରୁ ମଣଦା ଘାସ ଆଣି କପା ତୁଳା ଓ ଘିଅ ଦେଇ କାଞ୍ଚି ଦିୱାରୀ ପ୍ରସ୍ତୁତ କରାଯାଇଥାଏ। ଆଜି କେନ୍ଦୁଝର ଜିଲ୍ଲାର କୁଡୁମୀ ଅଧ୍ୟୁଷିତ ବିଭିନ୍ନ ଗ୍ରାମରେ ବାନ୍ଦନା ପରବ ଉଲ୍ଲାସର ସହ ପାଳିତ ହୋଇଛି। ସେହିପରି ଆଜି ଦ୍ୱିତୀୟ ଦିନରେ ଗୋରୟା ବା ଗୁହାଳ ପୂଜା ପାରମ୍ପରିକ ଭାବେ ପାଳନ କରାଯାଇଛି।

Comments are closed.