ବିଜୁ ଜନତା ଦଳର ମଣ୍ଡଳ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ

ପାଟଣା: ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାରପଡା ବ୍ଲକର ବିଲା-ରାମଚନ୍ଦ୍ରପୁର ଠାରେ ବିଜୁ ଜନତା ଦଳର ମଣ୍ଡଳ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇ ଯାଇଛି। ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି କାନନ ବିହାରୀ ପହି ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ ୨୯ ନମ୍ବର ଜୋନର ୧୦ ଟି ପଂଚାୟତର ବହୁ ବରିଷ୍ଠ ବିଜେଡି ନେତା ଓ କର୍ମୀ ମାନେ ଯୋଗ ଦେଇଥିଲେl ବିଧାୟକଙ୍କ ପ୍ରେରଣା ପାଇ ୧୦ଟି ପଂଚାୟତର ୧୦୦ ଅଧିକ ଅନ୍ୟ ଦଳରୁ ଆସିଥିବା କର୍ମୀ ଓ ନେତା ଏଠାରେ ବିଜେଡିରେ ସାମିଲ ହୋଇଥିଲେ।

କାର୍ଯ୍ୟକ୍ରମରେ ବିଜେଡ଼ି ଅନୁସୂଚିତ ଜାତି ଜିଲ୍ଲା ସଭାପତି ଭରତ ପାତ୍ର, ଜିଲ୍ଲା ବିଜେଡ଼ି କୃଷକ ମୋର୍ଚ୍ଚାର ସଭାପତି ଦୀପକ କୁମାର ରାଜ, ବ୍ଲକ ଅଧ୍ୟକ୍ଷା ରମ୍ଭାବତୀ ଦେହୁରୀ, ଉପାଧ୍ୟକ୍ଷା କିରଣ ବାଳା ସିଂହ, ବ୍ଲକ ବିଜେଡି ସଭାପତି ଗୋବିନ୍ଦ ମହାନ୍ତ, ସାଂସଦଙ୍କ ପ୍ରତିନିଧି ରବୀନ୍ଦ୍ର କୁମାର ନାଏକ, ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଦଳକୁ ଏକଜୁଟ ହେବା ସହ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିଲେ। ବିଧାୟକ ତାଙ୍କ ବକ୍ତବ୍ୟରେ କର୍ମୀମାନେ ଦଳ ପ୍ରତି ସମସ୍ତେ ଉତ୍ସର୍ଗୀକୃତ ଭାବେ କାମ କରିବାକୁ ଗୁରୁତ୍ୱାରୋପ କରିଥିଲେ। ସାଧାରଣ ଲୋକମାନଙ୍କ ପ୍ରତି ପାତର ଅନ୍ତର ନକରି ସମସ୍ତଙ୍କ ସେବା କରିବାକୁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଦଳ କିପରି ବିଜୟ ଲାଭ କରିବ ସେ ନେଇ ତୃଣମୂଳ ସ୍ତରରୁ କର୍ମୀମାନେ ସଜାଗ ରହିବାକୁ କହିଥିଲେ। ନୂତନ ଭାବେ ଦଳରେ ଯୋଗ ଦେଇଥିବା କର୍ମୀମାନକୁ ବିଧାୟକ ଫୁଲ ତୋଡା ଦେଇ ସମ୍ବର୍ଦ୍ଧନା ଦେଇ ଥିଲେ। ଜିଲ୍ଲା ଛାତ୍ର ବିଜେଡି ଉପ ସଭାପତି ବିପ୍ଳବ କୁମାର ପୃଷ୍ଟି ମଞ୍ଚ ପରିଚାଳନା କରିଥିଲେ। ବରିଷ୍ଠ ନେତା ବିଜୟ କୁମାର ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ଜିଲା ଉପ ସଭାପତି ଦିଲୀପ କୁମାର ସାହୁ, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ରାହାସ ବିହାରୀ ପୃଷ୍ଟି, ବରିଷ୍ଠ ନେତା ପୁରୁଷୋତ୍ତମ ରାଜ, ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟନାରାୟଣ ପଣ୍ଡା, ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ହିମାଂଶୁ ଶେଖର ବେହେରା, ବ୍ଲକ ଛାତ୍ର ବିଜେଡ଼ି ସଭାପତି ପ୍ରଣବ କୁମାର ପହି ଓ ସମୀର ବେହେରା ପ୍ରମୁଖ ସାମିଲ ଥିଲେ।

Comments are closed.