ଯାନବାହନ ଯାଞ୍ଚ ସମୟରେ ନିଶାସକ୍ତ ବାଇକ୍ ଚାଳକ ଗିରଫ

ପାଟଣା: ତୁରୁମୁଙ୍ଗା ଥାନା ପକ୍ଷରୁ ଆଜି ୪୯ ନମ୍ୱର୍ ଜାତୀୟ ରାଜପଥରେ ଯାନବାହନ ଯାଞ୍ଚ ସମୟରେ ଶିରସ୍ତ୍ରାଣ ବ୍ୟବହାର କରୁନଥିବା ୧୭ଜଣ ବାଇକ୍ ଚାଳକଙ୍କ ଠାରୁ ଜଣକ ପ୍ରତି ୫ ଶହ ଟଙ୍କା ଲେଖାଏଁ ମୋଟ ୮ ହଜାର ୫ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଯାଞ୍ଚ ସମୟରେ ପ୍ରଚୁର ମଦ୍ୟ ପାନ କରି ଅନିୟନ୍ତ୍ରିତ ଭାବେ ବାଇକ୍ ଚଳାଉଥିବା ଭଣ୍ଡା ଗ୍ରାମର ନିହାର ରଞ୍ଜନ ମହାରଣା (୩୨)ଙ୍କୁ ଆରକ୍ଷୀ ଗିରଫ କରିଛି। ବ୍ରେଥଲାଇଜର ମାପକରେ ସାଧାରଣ ୩୦ ସ୍ଥାନରେ ନିଶା ଯୋଗୁଁ ଏହି ବାଇକ୍ ଚାଳକଙ୍କ ୧୯୦ ଦେଖାଇବାରୁ ତାଙ୍କୁ ଗିରଫ କରାଯାଇଛି। ଏ.ଏସ.ଆଇ ସୁଜାତା ମହାନ୍ତ ଓ ଅନ୍ୟ ଆରକ୍ଷୀମାନେ ଯାଞ୍ଚରେ ସାମିଲ ଥିଲେ ବୋଲି ଥାନାଧିକାରୀ ବୈଦ୍ୟନାଥ ସାହୁଙ୍କ ଠାରୁ ପ୍ରକାଶ।

Comments are closed.