ମୂଷା ବିଷଖିଆ ମହିଳାଙ୍କୁ ମଶା ଭୟ, ଅଧା ଚିକିତ୍ସାରୁ ଛାଡିଲେ ଡାକ୍ତରଖାନା

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଟାଙ୍ଗରପଡ଼ା ଗୁଡ଼ା ସାହିର ଚକ୍ରଧର ମୁଣ୍ଡାଙ୍କ ପତ୍ନୀ ସାଇବାଣି ମୁଣ୍ଡା(୩୦) ମୂଷା ମରା ବିଷ ଖାଇ ଆଜି ଅପରାହ୍ନରେ ପାଟଣା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ। ଡାକ୍ତରଖାନାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ମଧ୍ୟ କରାଯାଇଥିଲା। ତେବେ ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଡାକ୍ତରଖାନାରେ ଆଜି ରହିବାକୁ ଡାକ୍ତର ପରାମର୍ଶ ଦେଇଥିଲେ ମଧ୍ୟ ଡାକ୍ତରଖାନାରେ ମଶା କାମୁଡିବେ କହି ସେ ଘରକୁ ଚାଲିଯାଇଛନ୍ତି। ମୂଷା ବିଷ ଖାଇଥିବା ଜଣେ ମହିଳାଙ୍କୁ ମଶା ଭୟ କାରଣରୁ ସମ୍ପୂର୍ଣ୍ଣ ଚିକିତ୍ସା ନହୋଇ ଡାକ୍ତରଖାନା ଛାଡ଼ିବା ଆଲୋଚନାର ବିଷୟବସ୍ତୁ ହୋଇଛି।

Comments are closed.