ଢେଙ୍କିକୋଟରେ ଗଜଲକ୍ଷ୍ମୀ ପୂଜା

ପାଟଣା: ଧନଦାତ୍ରି,କଲ୍ୟାଣମୟୀ ମା ଲକ୍ଷ୍ମୀଙ୍କୁ ଗଜ ଲକ୍ଷ୍ମୀ ଭାବେ ଗତ କାଲି ସର୍ବତ୍ର ପୂଜା କରାଯାଉଥିବାବେଳେ ଢେ଼ଙ୍କିକୋଟର ମହାଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଅପରାହ୍ନ ରୁ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି। କର୍ତ୍ତା ରାମଚନ୍ଦ୍ର ସାହୁ ସସ୍ତ୍ରିକ ପୂଜାରେ ବସିଥିବା ବେଳେ ରବୀନ୍ଦ୍ର କୁମାର ପାଢ଼ୀ ପୂଜା ବିଧି ପରିଚାଳନା କରୁଛନ୍ତି। ସେହିପରି ପାଲ ବାସଭବନ, ବଜରଙ୍ଗବାଲି ଏଣ୍ଟରପ୍ରାଇଜେସ ବିଜୟକୁମାର ସାହୁ, ଚିତ୍ତରଞ୍ଜନ ରାଉତ, ନରୋତ୍ତମ ବେହେରା, କୁହ୍ଲିଆ ମଣ୍ଡଳଙ୍କ ବାସଭବନରେ ମଧ୍ୟ ଆଧ୍ୟାତ୍ମିକ ପରିବେଶରେ ଲକ୍ଷ୍ମୀ ପୂଜା ଚାଲିଛି। ଏହା ଛଡା ପିପିଳିଆ, ତୋରାଣୀପୋଖରୀ ଗ୍ରାମରେ ମଧ୍ୟ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଇଥିବା ଜଣାପଡିଛି।

Comments are closed.