ପିପିଳିଆ ଗ୍ରାମରେ ଗଜଲକ୍ଷ୍ମୀ ପୂଜା

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ଗ୍ରାମର ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ୪୭ ବର୍ଷରେ ପଦାର୍ପଣ କରିଥିବା ବେଳେ ମା’ ଗଜଲକ୍ଷ୍ମୀ ପୂଜା ଧୁମ ଧାମରେ ଆରମ୍ଭ ହୋଇଛି। ଆକର୍ଷଣୀୟ ସାଜ ସଜା ସାଙ୍ଗକୁ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରାଯାଇ ଏଠାରେ ପୂଜା ଆରମ୍ଭ ହୋଇଛି। ନିକଟସ୍ଥ ରାଜବନ୍ଧ ପୋଖରୀରୁ କଳସ ଯାତ୍ରା ମଣ୍ଡପ ଯାଏଁ ଆସିବା ପରେ ଘଟ ସ୍ଥାପନ କରାଯାଇଥିଲା। କର୍ତ୍ତା ଭାବେ ଅଜୟ କୁମାର ମହାପାତ୍ର ଓ ରବୀନ୍ଦ୍ରନାଥ ନାୟକ ସସ୍ତ୍ରିକ ପୂଜାରେ ବସିଥିବା ବେଳେ ପୂଜକ ଭାବେ ଜଗବନ୍ଧୁ ଦାଶ ପୂଜାବିଧି ପରିଚାଳନା କରୁଛନ୍ତି। କମିଟିର ସଭାପତି ଅଲେଖ ଚନ୍ଦ୍ର ନାୟକ, ସମ୍ପାଦକ ଗୌରହରି ନାୟକ, ସହ ସମ୍ପାଦକ ମୁରଲୀ ଧର ନାୟକ, ବୁଧଦେବ ନାୟକ, ବାବାଜୀ ଚରଣ ନାୟକ, ମନୋଜ କୁମାର ବେହେରା, ହୃଷୀକେଶ ନାୟକ, ସଞୟ କୁମାର ନାୟକ, ମନୋଜ କୁମାର ନାୟକ, ଦୋଳ ଗୋବିନ୍ଦ ମହାପାତ୍ର, ଗଣିଆଁ ମହାପାତ୍ର ପ୍ରମୁଖ ପରିଚାଳନା ଦାୟିତ୍ଵରେ ଅଛନ୍ତି।

Comments are closed.