ବିଷାକ୍ତ କନିଅର ଫଳ ଖାଇ ବିଧବା ମହିଳା ମୃତ, ୪ ନାବାଳକ ଅସହାୟ

ପାଟଣା: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଖଜୁରୀଜୁଆଣି ଗ୍ରାମରେ ଜଣେ ବିଧବା ମହିଳା ବିଷାକ୍ତ କନିଅର ଫଳ ଖାଇ ମୃତ୍ୟୁବରଣ କରିଛନ୍ତି। ମୃତ ମହିଳା ଜଣକ ହେଲେ ଖଜୁରୀଜୁଆଣି ଗ୍ରାମର ସ୍ବର୍ଗତ ବୈଶାଖୁ ମୁଣ୍ଡାଙ୍କ ପତ୍ନୀ ରଇବାରି ମୁଣ୍ଡା(୩୫) ବୋଲି ଜଣାପଡିଛି। ସେ କୌଣସି କାରଣରୁ ଗତକାଲି କନିଅର ମଞ୍ଜି ଖାଇ ଗୁରୁତର ହେବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତରାତି ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନ ଆଜି କେନ୍ଦୁଝର ଯାଇ ମୃତ ମହିଳାଙ୍କର ଶବ ବ୍ୟବଚ୍ଛେଦ କରାଇ ତାଙ୍କ ଦିଅରଙ୍କୁ ହସ୍ତାନ୍ତର କରିଛନ୍ତି। ଅନ୍ୟପଟେ ରଇବାରିଙ୍କ ମୃତ୍ୟୁ କାରଣରୁ ତାଙ୍କର ଚାରିଜଣ ନାବାଳକ ସନ୍ତାନ ଅସହାୟ ହୋଇପଡିଛନ୍ତି।

Comments are closed.