କୁମାର ପୂର୍ଣ୍ଣିମା ପାଇଁ ପୁରପଲ୍ଲୀ ଉତ୍ସବ ମୁଖରିତ

ପାଟଣା: ଆଜି କୁମାର ପୂର୍ଣ୍ଣିମା ପାଇଁ ପୁରପଲ୍ଲୀ ଉତ୍ସବ ମୁଖରିତ ରହିଛି। ଚଉଁରା ମୂଳେ ମୁରୁଜ ପକାଇ କୁମାରୀମାନେ ଉପବାସ ରଖି ସକାଳୁ ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବତାଙ୍କୁ ଖଇ ଆଞ୍ଜୁଳି ଦେଇଥିଲେ। ସନ୍ଧ୍ୟାରେ ଚାନ୍ଦ ବନ୍ଦାଇବା ପାଇଁ ଖଇ, ଛେନା ଓ କଦଳୀ ନେଇ ବନ୍ଦା କାର୍ଯ୍ୟ ସମାପନ କରିବା ପରେ ଚଉଁରା ମୂଳେ ବୃନ୍ଦାବତୀ ପୂଜା ପାଇଁ ଫଳମୂଳ, ପିଠାପଣା ନେଇ ଭୋଗ ଲଗାଇଛନ୍ତି। କୁମାରୀମାନେ ମିଳିତ ଭାବେ ଜହ୍ନି ଓଷା ବହି ପଢ଼ିଛନ୍ତି। ନୂତନ ବସ୍ତ୍ର, ପୋଷାକ ପରିଧାନ କରି ନିଷ୍ଠାର ସହ କୁମାରୀମାନେ କୁମାର ପୂର୍ଣ୍ଣିମା ଉତ୍ସବ ମନାଇବା କାରଣରୁ ଘରେ ଘରେ ଉତ୍ସବର ପରିବେଶ ଗାଆଁକୁ ମୁଖରିତ କରି ରଖିଥିବା ଦେଖାଯାଇଥିଲା।

Comments are closed.